26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଯୁଦ୍ଧ ଆଶଙ୍କା..

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଯୁଦ୍ଧ ଆଶଙ୍କା..

ଇରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ। ଇରାନର ଶୀର୍ଷ ସାମରିକ କମାଣ୍ଡର ଅବଦୁଲ ରହିମ ମୁସାଭି ଏ ନେଇ ଆଶା ଆଶଙ୍କାରେ ରହିଛନ୍ତି। ଯଦି ଇସ୍ରାଏଲ ଯୁଦ୍ଧବିରତି ଉଲ୍ଲଂଘନ କରି ଆକ୍ରମଣ କରେ, ତେବେ ଇରାନର ସେନା ମଧ୍ୟ ପ୍ରତିଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁସାଭି। ଜୁନ୍ ୧୩ରୁ ୨୪ ଜୁନ୍ ପର୍ଯ୍ୟନ୍ତ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଦେଖାଯାଇଥିଲା। ଏହି ଆକ୍ରମଣରେ ଇରାନ ସେନାର ଅନେକ ଶୀର୍ଷ କମାଣ୍ଡର ଏବଂ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା।

ଏହା ପରେ ଇରାନ ତେଲ ଅଭିଭ ଏବଂ ଇସ୍ରାଏଲର ଅନ୍ୟାନ୍ୟ ପ୍ରମୁଖ ସହର ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବର୍ଷା ମଧ୍ୟ କରିଥିଲା। ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ କରିଥିବା ଆକ୍ରମଣରେ ବହୁ ପରିମାଣର ଜୀବନ ଏବଂ ସମ୍ପତ୍ତି କ୍ଷତି ହୋଇଛି। ଇରାନ ସବୁବେଳେ ଶାନ୍ତି ବିଷୟରେ କଥାବାର୍ତ୍ତା କରିଆସିଛି। ସାମ୍ପ୍ରତିକ ଯୁଦ୍ଧ ଆରମ୍ଭ କରିବାରେ ଇରାନର କୌଣସି ଭୂମିକା ନଥିଲା। ଇରାନ ଉପରେ ଇସ୍ରାଏଲ ହଠାତ୍ ଆକ୍ରମଣ କରିବାରୁ ଆମେ ଯୁଦ୍ଧ କଲୁ ବୋଲି ମୁସାଭି ସ୍ପଷ୍ଟ କରିଛନ୍ତି। ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଏବେ ଅସ୍ତ୍ର ବିରତି ରହିଛି। ତଥାପି ଇରାନ୍ ଚୁପ୍ ହୋଇ ବସିବା ରାଷ୍ଟ୍ର ନୁହେଁ। ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ଲାଗି ରହିଛି। ସେହିପରି ଇରାନ୍, ଇସ୍ରାଏଲ ଓ ଆମେରିକା ମଧ୍ୟରେ କିଛି ବି ଠିକ୍ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଇରାନ୍ ଫତୱା ଜାରି କରିଛି । ଏଥିରେ ଦୁହିଁଙ୍କୁ ଈଶ୍ୱରଙ୍କ ଶତ୍ରୁ ବୋଲି କହିଛନ୍ତି ।

ଫତୱା ହେଉଛି ଜଣେ ବରିଷ୍ଠ ଇସଲାମିକ ବିଦ୍ୱାନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ଧାର୍ମିକ ମତ। ସିଆ ଇସଲାମରେ ଏହାକୁ ମାର୍ଜା କୁହାଯାଇଥାଏ । ଏହା ଏକ ଆଇନଗତ ନିଷ୍ପତ୍ତି ନୁହେଁ। ଇସ୍ରାଏଲ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କଲା । ଇରାନ ଏବଂ ଇସ୍ରାଏଲ ଯୁଦ୍ଧରେ ଆମେରିକା ମଧ୍ୟ ଅନଧିକାର ପ୍ରବେଶ କଲା। ଇରାନର ପରମାଣୁ ଘାଟି ଉପରେ ମଧ୍ୟ ଆକ୍ରମଣ କରିଥିଲା ଆମେରିକା । ଇରାନ ମଧ୍ୟ ଆମେରିକାକୁ ଜବାବ ଦେଇଥିଲା । ଏହା ପରେ ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହୋଇଥିଲ। କିନ୍ତୁ ଏହି ରାଷ୍ଟ୍ରଗୁଡ଼ିକ ଏତେ ସହଜରେ ଶାନ୍ତି ପାଇଁ ଆଲୋଚନା କରନ୍ତି ନାହିଁ। ଯୁଦ୍ଧ ଦ୍ବାରା ଏମାନେ ସବୁକିଛି ହାତେଇବାକୁ ଚେଷ୍ଟା କରନ୍ତି। ତେଣୁ ପୁଣି ଏମାନେ କେଉଁ ମୂହୁର୍ତ୍ତରେ ଯୁଦ୍ଧକୁ ଲମ୍ଫ ଦେଇପାରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking