22.1 C
Bhubaneswar
Saturday, March 28, 2026
Homeଓଡିଶାଏଫ୍‌ସି ଗୋଆକୁ ସୁପର୍ କପ୍ ଟାଇଟଲ୍

ଏଫ୍‌ସି ଗୋଆକୁ ସୁପର୍ କପ୍ ଟାଇଟଲ୍

ଭୁବନେଶ୍ୱର,: ଜାମସେଦପୁର ଏଫ୍‌ସିକୁ ହରାଇ ଏଫ୍‌ସି ଗୋଆ ଚଳିତ ବର୍ଷର କଳିଙ୍ଗ ସୁପର୍ କପ୍ ଟାଇଟଲ୍ ଜିତିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ବୋର୍ଜା ହେରେରାଙ୍କ ଉଭୟ ହାଫ୍‌ରେ ଦୁଇଟି ଗୋଲ୍ ବଳରେ ଗୋଆ ୩-୦ରେ ବିଜୟୀ ହୋଇଛି। ବୋର୍ଜା ମ୍ୟାଚ୍‌ର ୨୩ ଓ ୫୧ତମ ମିନିଟ୍‌ରେ ଗୋଲ୍ ଦୁଇଟି ସ୍କୋର୍ କରିଥିବା ବେଳେ ଡେଜାନ୍ ଡ୍ରାଜିକ୍ ୭୨ତମ ମିନିଟ୍‌ରେ ନିର୍ଣ୍ଣାୟକ ଗୋଲ୍‌ଟି ସ୍କୋର୍ କରିଥିଲେ। ଏହା ସହିତ ଏଫ୍‌ସି ଗୋଆ ଏକମାତ୍ର ଟିମ୍ ଭାବେ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି। ଏହି ବିଜୟ ସହ ଏଫ୍‌ସି ଗୋଆ ମୁଖ୍ୟ କୋଚ୍ ମାନୋଲୋ ମାର୍କେଜ୍‌ଙ୍କୁ ବିଦାୟ ଦେଇଛି। ଦୁଇ ସିଜନ୍‌ର ବିଫଳତା ପରେ ମାର୍କେଜ୍ ଶେଷରେ ଟିମ୍‌କୁ ଟାଇଟଲ୍ ଜିତାଇବାରେ ସଫଳ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking