23.1 C
Bhubaneswar
Saturday, February 28, 2026
Homeଦେଶ ବିଦେଶପ୍ରେମ ବିବାହକୁ ବାପାଙ୍କ ନାପସନ୍ଦ, ଶେଷରେ କ’ଣ ହେଲା ଜାଣନ୍ତୁ....

ପ୍ରେମ ବିବାହକୁ ବାପାଙ୍କ ନାପସନ୍ଦ, ଶେଷରେ କ’ଣ ହେଲା ଜାଣନ୍ତୁ….

ମହାରାଷ୍ଟ୍ର: ରାଗ ବ୍ରହ୍ମଚଣ୍ଡାଳ। ଆଉ ସେହି ରାଗ ଏବେ ଜଣେ ବାପାକୁ ରାକ୍ଷସ ସଜେଇ ଦେଇଛି। ନିଜ ଜନ୍ମ କଲା ଝିଅ କୁ ନିଜ ହାତରେ ଗୁଳି କରି ହତ୍ୟା କରିଛି ଜଣେ ବାପା। ଆଉ ଜ୍ୱାଇଁଙ୍କୁ ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଛି। ସମ୍ପର୍କୀୟଙ୍କ ବାହାଘରରେ ଝିଅ-ଜ୍ୱାଇଁଙ୍କୁ ଦେଖି ନିଜ ରାଗକୁ ଆୟତ୍ତରେ ରଖିପାରିନଥିଲେ ବାପା। ଆଉ ଝିଅକୁ ସବୁ ଲୋକଙ୍କ ସାମ୍ନାରେ ଗୁଳି କରି ମାରିଦେଲେ। ନିଜ ଝିଅ ଉପରେ ଗୁଳି ଚଳାଇବା ବେଳେ, ଟିକେ ହେଲେ ବି ବାପାର ହାତ ଥରିଲାନି। ସିଧା ଗୁଳି ଯାଇ ନିସାନାରେ ବାଜିଲା।

ଆଉ ଟଳି ପଡିଲା ଝିଅ। ଘଟଣାଟି ହେଉଛି ମହାରାଷ୍ଟ୍ର ଜଳଗାଓଁର। ଜଳଗାଁଓରେ, ଜଣେ ବାପା ତାଙ୍କ ଝିଅର ପ୍ରେମ ବିବାହରେ ଏତେ ବିରକ୍ତ ହୋଇଥିଲେ ଯେ କ୍ରୋଧରେ ସେ ନିଜ ଝିଅ ଉପରେ ଗୁଳି ଚଳାଇଥିଲେ। କେବଳ ସେତିକି ନୁହେଁ ନିଜ ଜ୍ୱାଇଁଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ହେଲେ ଭାଗ୍ୟ ବଶତଃ ଜ୍ୱାଇଁ ଜଣଙ୍କ ବଞ୍ଚି ଯାଇଥିଲେ। ହେଲେ ଘଟଣାସ୍ଥଳରେ ହିଁ ଝିଅର ଜୀବନ ଚାଲିଯାଇଥିଲା। ଶନିବାର ରାତିରେ, ତୃପ୍ତି ଏବଂ ଅଭିନାଶ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବା ପାଇଁ ଚୋପ୍ରା ସହରକୁ ଆସିଥିଲେ। ବାପା ଏହା ଜାଣିବା ମାତ୍ରେ ବନ୍ଧୁକ ଧରି ବିବାହ ଉତ୍ସବରେ ପହଞ୍ଚିଲେ ଏବଂ ତାଙ୍କ ଝିଅକୁ ଦେଖିବା ମାତ୍ରେ ଗୁଳି କରିଦେଲେ। ଅଭିଯୁକ୍ତ ବାପା ତାଙ୍କ ଜ୍ୱାଇଁଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ତୃପ୍ତିଙ୍କର ମୃତ୍ୟୁ ହୋଇଛି, ଅଭିନାଶ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଗୁଳିଚାଳନା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅଭିଯୁକ୍ତ ବାପାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି। ତଥାପି, ଜଳଗାଓଁରେ ପ୍ରେମ ବିବାହ କରିଥିବା ଲୋକଙ୍କୁ ହତ୍ୟା କରିବାର ଏହା ପ୍ରଥମ ଘଟଣା ନୁହେଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking