17.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଦିଲ୍ଲୀରେ ବାପା, ମା ଓ ଝିଅଙ୍କୁ ହତ୍ୟା    

ଦିଲ୍ଲୀରେ ବାପା, ମା ଓ ଝିଅଙ୍କୁ ହତ୍ୟା    

ନୂଆଦିଲ୍ଲୀ : ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା ଦେଖାଦେଇଛି ।  ଦକ୍ଷିଣ ଦିଲ୍ଲୀର  ନେବ ସରାୟର  ଦେବଲିରେ ସ୍ୱାମୀ- ସ୍ତ୍ରୀ ଏବଂ  ଝିଅଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି ।  ମୃତକମାନେ ହେଉଛନ୍ତି ରାଜେଶ , କୋମଲ ,  କବିତା । ରାଜେଶଙ୍କ ପୁଅ ଆଜି ସକାଳ ପ୍ରାୟ ୫ଟା ବେଳେ ମର୍ଣ୍ଣିଂ ୱାକ୍‌ରେ ବାହାରି ଯାଇଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ବାପା, ମା ଓ ଭଉଣୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା। ସେମାନଙ୍କୁ ସମସ୍ତଙ୍କୁ ଛୁରୀ ବା କୌଣସି ଧାରୁଆ ଅସ୍ତ୍ରରେ ଭୁଷି ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଘରୁ କୌଣସି ଜିନିଷ ଚୋରି ହୋଇନାହିଁ କିଛି ଭଙ୍ଗାରୁଜା କରାଯାଇନାହିଁ।  ମୃତ ରାଜେଶଙ୍କର ଜଣେ ପଡ଼ୋଶୀ କହିଛନ୍ତି, ତାଙ୍କ ପୁଅର ପାଟି ଶୁଣି ଆମେ ଦୌଡ଼ି ଆସିଥିଲୁ। ସେ କହିଥିଲେ ଯେ ସେ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଫେରିବା ପରେ ତାଙ୍କ ବାପା, ମା ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଆଜି ତାଙ୍କ ବାପାମା’ଙ୍କ ବିବାହ ବାର୍ଷିକୀ ଥିଲା ବୋଲି ସେ କହିଥିଲେ। ସେମାନଙ୍କୁ ଅଭିନନ୍ଦନ ଜଣାଇବା ପରେ ସେ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦିଲ୍ଲୀର ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ଅତିଶି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ ଆଜି ସକାଳେ ନେବ ସରାୟରେ ଏକ ହତ୍ୟାକାଣ୍ଡ ଘଟିଛି। ଦିଲ୍ଲୀରେ ଦିନ ବେଳେ ଲୋକଙ୍କୁ ହତ୍ୟା କରାଯାଉଛି, ଗୁଳି ଫୁଟା ଯାଉଛି ଓ ଖୋଲାଖୋଲି ନିଶା କାରବାର ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking