26.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶ୪ ବର୍ଷର କୁନି ଝିଅର ତଣ୍ଟି କାଟି ହତ୍ୟା କଲା ବାପ

୪ ବର୍ଷର କୁନି ଝିଅର ତଣ୍ଟି କାଟି ହତ୍ୟା କଲା ବାପ

ମହାରାଷ୍ଟ୍ର: କୁହାଯାଏ ବାପା ଏବଂ ଝିଅର ସମ୍ପର୍କରେ ବହୁତ ପ୍ରେମ ଥାଏ। ପୁଅ ମାନଙ୍କ ଅପେକ୍ଷା ବାପା ମାନେ ସେମାନଙ୍କର ଝିଅକୁ ଅଧିକ ଭଲ ପାଇଥାନ୍ତି। ହେଲେ ଏଠି ଜଣେ ବାପା ତା ଝିଅ ପାଇଁ ରାକ୍ଷସ ସାଜିଛି। ମଦ ନିଶାରେ ନିଜର ୪ ବର୍ଷର କୁନି ଝିଅର ଜୀବନ ନେଇଯାଇଛି। କୁନି ଝିଅଟି ସାମାନ୍ୟ ଚକୋଲେଟ୍ ଖାଇବାକୁ ଜିଦି କରିବାରୁ ବାପା ତାକୁ ହତ୍ୟା କରିଛି। ହଁ ଘଟଣାଟି ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ। ମହାରାଷ୍ଟ୍ରର ଲାଟୁର ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ୪ ବର୍ଷର କୁନି ଝିଅ ଚକୋଲେଟ୍ ଖାଇବାକୁ ଟଙ୍କା ମାଗିବାରୁ ତାକୁ ନିର୍ମମ ଭାବରେ ହତ୍ୟା କରିଛି ବାପା ଜଣକ। ତେବେ ପୋଲିସର ତଦନ୍ତରୁ ଜଣାପଡିଛି କି ହତ୍ୟା କରିବା ସମୟରେ ବ୍ୟକ୍ତି ଜଣକ ନିଶାଗ୍ରସ୍ତ ଥିଲା। ଏବଂ ଝିଅ ଚକୋଲେଟ୍ ଖାଇବାକୁ ଟଙ୍କା ମାଗିବାରୁ ତାର ବେକ କାଟି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଏବଂ ଅଭିଯୁକ୍ତକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking