ନୂଆଦିଲ୍ଲୀ: ଝିଅର ଗଳାକାଟି ହତ୍ୟା କଲା ବାପା ା ଏଭଳି ଲୋମ ଟାଙ୍କୁରା ଘଟଣା ସେପ୍ଟେମ୍ବର ୫ ମହାରାଷ୍ଟ୍ରର ଦାଭାଲୱାଡି ଗାଁ ବିଳମ୍ବିତ ରାତିରେ ଘଟିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସର ସୂଚନା ଅନୁଯାୟୀ, ଝିଅର ପୁରୁଷ ବନ୍ଧୁଙ୍କ ସହିତ ସମ୍ପର୍କକୁ ନେଇ ତାଙ୍କ ବାପା ଦୁଃଖିତ ଥିଲେ । ଝିଅ ଶୋଇଥିବା ଅବସ୍ଥାରେ ବାପା ହତ୍ୟା କରିଛି ବୋଲି ପୋଲିସ କହିଛି । ହତ୍ୟା କରି ଏକ ରଶିରେ ମୃତଦେହକୁ ଝୁଲାଇଦେଇଥିଲା ଅଭିଯୁକ୍ତ ବାପା । ଅଭିଯୁକ୍ତକୁ ପୋଲିସ ପଚରା ଉଚରା କରିବା ପରେ ସ୍ୱୀକାର କରିଛି । ପରେ ଗିରଫ କରି ପୋଲିସ ହେପାଜତକୁ ନେଇଥିଲା ।










