28.1 C
Bhubaneswar
Thursday, July 4, 2024
Homeଅପରାଧବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା

ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା

କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା । ୬ବର୍ଷର ବ୍ୟବଧାନ ପରେ ପିତୃହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ପୁଅ । କଟକ ଜିଲ୍ଲା ଦ୍ୱିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ଦଣ୍ଡ । ଆଜୀବନ ସଜ୍ଜା ସହ ୧୦ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ । ଜରିମାନା ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର ୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା । ବାପାକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିଥିଲା ପୁଅ। ଏ ନେଇ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା ।

କୋର୍ଟ ୨୪ଟି ଡକ୍ୟୁମେଣ୍ଟ ଓ ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହି କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି । ଆଡିସନାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ୱଜିତ ବରାଳଙ୍କ ସୂଚନାନୁସାରେ ଏହି ଘଟଣା ଘଟିବା ପରେ କଟକରେ ଏକ ପ୍ରକାର ହଟଚମଟ ଖେଳିଯାଇଥିଲା । ବାପାଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିବା ପରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସନ୍ତୋଷଙ୍କ ବାପା । ମୃତକ ହାଇକୋର୍ଟର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking