24.1 C
Bhubaneswar
Wednesday, March 11, 2026
Homeଅପରାଧସୁପାରୀ ଦେଇ ଜ୍ୱାଇଁର ହତ୍ୟା କଲା ଶ୍ୱଶୁର

ସୁପାରୀ ଦେଇ ଜ୍ୱାଇଁର ହତ୍ୟା କଲା ଶ୍ୱଶୁର

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ନୋଏଡା ପୁଲିସ ଜଣେ ଯୁବକଙ୍କ ହତ୍ୟା ମାମଲାର ଖୁଲାସା କରିଛି। ଏହି ମାମଲାରେ ମୃତକଙ୍କ ଶ୍ୱଶୁର ଏବଂ କକେଇ ଶ୍ୱଶୁରଙ୍କ ସମେତ ୪ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଏପର୍ଯ୍ୟନ୍ତ ବି ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ସୂଚନାନୁସାରେ, ୧୩ ଦିନ ପୂର୍ବେ ଗ୍ରେଟର ନୋଏଡାଠାରେ ଘଟିଥିବା ଜଣେ ଯୁବକଙ୍କ ହତ୍ୟା ମାମଲାର ଆଜି ପୁଲିସ ଖୁଲାସା କରିଛି। ଯୁବକଙ୍କର ହତ୍ୟା ଅନ୍ୟ କେହି ନୁହେଁ ବରଂ ତାଙ୍କ ଶ୍ୱଶୁର ଏବଂ କକେଇ ଶ୍ୱଶୁର କରିଥିଲେ ବୋଲି ପୁଲିସ କହିଛି | ଶ୍ୱଶୁର ଓ କକେଇ ଶ୍ୱଶୁର ସୁପାରୀ ଦେଇ ହତ୍ୟା କରିଥିଲେ। ଯୁବକଙ୍କ ହତ୍ୟା ପାଇଁ ସେମାନେ ତିନି ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ | ସୁପାରୀ ଟଙ୍କା ଦେବାକୁ ଅଭିଯୁକ୍ତ ଶ୍ୱଶୁର ଅଳଙ୍କାର ବନ୍ଧକ ରଖିଥିଲେ।

ଏହି ମାମଲାରେ ଶ୍ୱଶୁର ଏବଂ ତାଙ୍କ ଭାଇଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସର ସୂଚନା ମୁତାବକ ମୃତ ବ୍ୟକ୍ତି ୫ ବର୍ଷ ପୂର୍ବେ ଅଭିଯୁକ୍ତଙ୍କ ଝିଅକୁ ବିବାହ କରିଥିଲେ। ମୃତକଙ୍କ ନାମ ଭୁବନେଶ ଯାଦବ ବୋଲି ଜଣା ପଡିଥିଲା। ପରିବାର ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ହତ୍ୟାକାଣ୍ଡରେ ସମୁଦାୟ ୬ଜଣ ସମ୍ପୃକ୍ତ ଅଛନ୍ତି। ଯେଉଁଥିରେ ଚାରି ଜଣଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ପୁଲିସ ଆହୁରି ମଧ୍ୟ କହିଛି ଯେ ମୃତକ ଓ ତାଙ୍କ ପତ୍ନୀ ଉଭୟ ଗାଁର ବାସିନ୍ଦା ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା। ଏହି ବିବାହରେ ଝିଅର ପରିବାର ଲୋକ ଖୁସି ନଥିଲେ। ମୃତକଙ୍କ ଶ୍ୱଶୁର ଜ୍ୱାଇଁଙ୍କୁ ମଦ ପିଆଇଥିଲେ | ଏହାପରେ ଅଭିଯୁକ୍ତ ଶ୍ୱଶୁର ଜ୍ୱାଇଁଙ୍କ ଗଳା କାଟି ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking