27.2 C
Bhubaneswar
Monday, April 7, 2025
Homeଓଡିଶାଝିଅ ବିରୁଦ୍ଧରେ ଥାନାରେ ଏତଲା ଦେଲା ବାପା

ଝିଅ ବିରୁଦ୍ଧରେ ଥାନାରେ ଏତଲା ଦେଲା ବାପା

ସୁବର୍ଣ୍ଣପୁର: ଲୋଭୀ ଝିଅ । ଇନ୍ଦିରାଆବାସ ପାଇଁ ବାପା ଉପରେ ହାତ ଉଠାଇବାକୁ ବି ପଛାଇଲାନି । ବୁଢ଼ା ବୟସରେ ବାପାକୁ ଠେଙ୍ଗାରେ ପିଟି ଲହୁ ଲୁହାଣ କଲା । ବିଚରା ବାପାଟି ଆଉ କିଛି ଉପାୟ ନପାଇ ନ୍ୟାୟ ଆଶାରେ ଡାକ୍ତରଖାନାରୁ ସିଧା ଆସି ଥାନାରେ ପହଞ୍ଚିଥିଲେ । ଆଉ ଝିଅ ନାଁରେ ଏତଲା ଦେଇଥିଲେ । କଣ ବା ଆଉ କରିପାରି ଥାଆନ୍ତେ । ଝିଅ ଜ୍ୱାଇଁଙ୍କ ମାଡ଼ ଖାଇ କେତେଦିନ ଏମିତି ଘରେ ପଡ଼ି ରହିଥାଆନ୍ତେ । ଯେଉଁ ବୟସରେ ବୁଢ଼ା ବାପାକୁ ରୋଷେଇ କରି ଖାଇବାକୁ ଦେଇ ସେବା ଯତ୍ନ ନେବା କଥା ସେହି ବୟସରେ ଝିଅଠୁ ମାଡ଼ ଖାଉଛି ବାପା । ସତରେ କି ଦୁନିଆ ହେଲା? ବୁଢ଼ା ବାପାକୁ କଣ ଏଇ ସମ୍ମାନ ?

ସୋନପୁର ଥାନାର ଦ୍ୱାରସ୍ଥ ହେଲେ ଅସହାୟ ବୃଦ୍ଧ। ଝିଅର ଠେଙ୍ଗା ମାଡରେ ଲହୁଲୁହାଣ ହୋଇଥିବା ବାପା ଝିଅ ବିରୁଦ୍ଧରେ ସୋନପୁର ଥାନାରେ ଦେଲେ ଏତେଲା । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଖୋଦ ସଦର ମହକୁମା ଝୁପୁଡି ପଡାରେ । ଆଜକୁ ଦୀର୍ଘ ୪୦ ବର୍ଷ ହେବ ଝୁପୁଡି ପଡାରେ ରହିଆସୁଛନ୍ତି ଅସହାୟ ପାଣ୍ଡବ ଚରଣ ପଣ୍ଡା । ତେଳ ଲୁଣର ସଂସାର ଭିତରେ ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ବେଳେ ୨୪ ବର୍ଷର ଭେଣ୍ଡିଆ ପୁଅ ମଧ୍ୟ ଆରପାରିକୁ ଚାଲିଯାଇଛି । ତାରି ଭିତରେ ଝିଅକୁ ବାହାଦେଇ ଅସହାୟ ଅବସ୍ଥାରେ ଝୁପୁଡି ପଡାରେ ରହିଆସୁଥିଲେ ପାଣ୍ଡବ ଚରଣ ପଣ୍ଡା । ଚାଳ ଛପର ଘର ଭିତରେ ଦିନ କାଟୁଥିବା ଅସହାୟ ପାଣ୍ଡବଙ୍କର ମୁଣ୍ଡ ଗୁଞିବାକୁ ପକ୍କା ଘରଟିଏ ନଥିବା ବେଳେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘରଟିଏ ମିଳିଥିଲା ।

ଘରକାମ କରିବେ ବୋଲି ଝିଅ ଜ୍ୱାଇଁ ପାଖରୁ ଧାର ଆଣି ଘର ତୋଳାଇଥିଲେ । ହେଲେ ଯେତେ ବେଳେ ଘରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଚାହିଁଥିଲେ ସେତେବେଳେ ଝିଅ କହିଲା ମୁଁ ଘର କରିଛି ତୋର ଏଥିରେ କୈାଣସି ଅଧିକାର ନାହିଁ । ଏଠାରୁ ଚାଲିଯା…. ଠେଙ୍ଗାରେ ବାଡେଇ ବାପାଙ୍କୁ ଲହୁଲୁହାଣ କରିଦେଲା । ନ୍ୟାୟ ପାଇଁ କିଛି ସେଚ୍ଛାସେବୀ ସେଠାରୁ ତାଙ୍କୁ ଉଦ୍ଧାର କରି ସୋନପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇ ପାଣ୍ଡବଙ୍କୁ ମୁଣ୍ଡ ଗୁଞିବା ପାଇଁ ତାଙ୍କ ଆବାସ ଘର ଦଖଲ କରାଇ ଦେବାକୁ ଦାବି କରିଛନ୍ତି । ସେପଟେ ନିର୍ମମ ଭାବେ ବାପାଙ୍କୁ ପିଟିଥିବା ଝିଅର ପ୍ରତିକ୍ରିୟା ମିଳିପାରିନାହିଁ । ସତରେ ଆଜିକାଲିର ପିଲାମାନେ ଏତେ ନିଷ୍ଠୁର ହୋଇଯାଉଛନ୍ତି ନିଜ ରକ୍ତ ସମ୍ପର୍କକୁ ଭୁଲିଯାଉଛନ୍ତି । ଯୋଉ ବାପା ମା’ କୋଳେଇ କାଖେଇ ଏତେ ବଡ଼ କରିଛନ୍ତି ତାଙ୍କୁ ହିଁ କଷ୍ଟ ଦେବାକୁ ପଛାଉ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking