28.1 C
Bhubaneswar
Friday, October 18, 2024
Homeଅପରାଧବାପା ସାଜିଲେ ସଇତାନ; ଶିଶୁକନ୍ୟାକୁ ଛୁରି ଭୁସି କଲା ହତ୍ୟା

ବାପା ସାଜିଲେ ସଇତାନ; ଶିଶୁକନ୍ୟାକୁ ଛୁରି ଭୁସି କଲା ହତ୍ୟା

ଚିତ୍ରକୋଣ୍ଡା: ବାପା ସାଜିଲେ ସଇତାନ । ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି । ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆର୍‌ଏସ୍‌ସି -୧୪ ଗ୍ରାମରେ ଗୁରୁବାର ଘଟିଛି । ସକାଳୁ ବ୍ଲେଶିରାଣୀ ଭତ୍ରା(୫)ପଡ଼ୋଶୀ ଘରେ ଖେଳୁଥିବା ସମୟରେ ବାପା ସଞ୍ଜୀବ ଭତ୍ରା ତାଙ୍କୁ ଛୁରି ଭୁସି ଦେଇଥିଲେ । କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ହତ୍ୟାକାରୀ ବାପା ଫେରାର ହୋଇଯାଇଛନ୍ତି । ମୃତ ବ୍ଲେଶିଙ୍କ ଜେଜେବାପା ବିନୋଦ ଭତ୍ରା ଅଭିଯୋଗ କରିଛନ୍ତି, ପୁଅ ସଞ୍ଜୀବ ଦ୍ୱିତୀୟ ସ୍ତ୍ରୀ ପ୍ରରୋଚନାରେ ପଡ଼ି ଆଗ ସ୍ତ୍ରୀର ଝିଅ ବ୍ଲେଶିଙ୍କୁ ହତ୍ୟାକରିଛି । ହତ୍ୟାକାରୀ ସଞ୍ଜୀବକୁ ଫାଶୀଦଣ୍ଡ ଦିଆଯାଉ ବୋଲି ପ୍ରତିକ୍ରିୟାରେ ସେ କହିଛନ୍ତି । ଚିତ୍ରକୋଣ୍ଡା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚଳାଇଥିବା କହିଛି । ଏ ନେଇ ଚିତ୍ରକୋଣ୍ଡା ଥାନାରେଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking