21.1 C
Bhubaneswar
Thursday, December 18, 2025
Homeଅପରାଧପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ବରଗଡ଼: ପିତୃ ହନ୍ତା ପୁଅ। ବାପାଙ୍କୁ ଟାଙ୍ଗିଆରେ ହାଣି କଲା ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଧନଞ୍ଜୟ ଅଜଗର। ସୂଚନା ଅନୁସାରେ, ମୃତକ ଧନଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିବାରୁ ବିରକ୍ତ ହୋଇଯାଇଥିଲେ ପୁଅ ବିଦ୍ୟାଧର । ମା’ଙ୍କୁ ଏ କଳିଝଗଡାରୁ ଦୁରେଇ ରଖିବା ପାଇଁ ପୁଅ ବିଦ୍ୟାଧର ତାଙ୍କ ମାଙ୍କୁ ତାଙ୍କ ମାମୁଁ ଘରକୁ ପଠାଇ ଦେଇଥିଲେ।

କିନ୍ତୁ ପୁଅର ଏହି କାମକୁ ସହି ନପାରି ଗତକାଲି ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପୁଅ ବିଦ୍ୟାଧରକୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ଯ ମାରିଥିଲେ। ଏଥିରେ ବିଦ୍ୟାଧର ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆ ଆଣି ବାପାକୁ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ଧନଞ୍ଜୟଙ୍କୁ ଉଦ୍ଧାର କରି ଗାଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ। କିନ୍ତୁ ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଧନଞ୍ଜୟଙ୍କର ମୃତ୍ୟୁ ଘଟିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଓ ଘଟଣାର ତଦନ୍ତ କରୁଛି। ସେପଟେ ଘଟଣା ଘଟାଇବା ପରଠାରୁ ପୁଅ ବିଦ୍ୟାଧର ଫେରାର ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking