20.1 C
Bhubaneswar
Sunday, February 15, 2026
Homeଓଡିଶାଗାଡ଼ି ଧକ୍କାରେ ବାପ ମୃତ, ପୁଅ ଗୁରୁତର

ଗାଡ଼ି ଧକ୍କାରେ ବାପ ମୃତ, ପୁଅ ଗୁରୁତର

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆଗୁଡ଼ା ଗ୍ରାମର ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ପୁଅ ପ୍ରତୀକ ଆହତ ହୋଇଥିବା ଜଣାପଡିଛି। ଆଜି ପ୍ରଦୀପ ତାଙ୍କ ପୁଅ ସହିତ ବ୍ରହ୍ମପୁରରୁ ଫେରୁଥିବାବେଳେ ଚିକିଟି ପିତତଳି ନିକଟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଚିକିଟି ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ପ୍ରତୀକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସିଆରସିସି ଭାବେ କାର୍ଯ୍ୟ କରି ଗତ କିଛି ଦିନ ତଳେ ଦାୟିତ୍ୱ ସରିବା ପରେ ଗ୍ରାମ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପୁଅ ଗୁଣପୁରରେ ବି ଫାର୍ମା ପଢୁଥିବାବେଳେ ଦୁର୍ଗାପୂଜା ଛୁଟିରେ ଗ୍ରାମକୁ ଆସିଥିବାବେଳେ ଦୁହେଁ କୌଣସି କାର୍ଯ୍ୟ ପାଇଁ ବ୍ରହ୍ମପୁର ଯାଇ ଫେରୁଥିବାବେଳେ ଏହି ଅଘଟଣ ଘଟିଥିବାବେଳେ ପୁଲିସ ଡାକ୍ତରଖାନାରେ ପହଞ୍ଚି ଥିବା ଜଣାପଡିଛି। ପ୍ରଦୀପଙ୍କ ବିୟୋଗରେ ପାତ୍ରପୁର ଅଞ୍ଚଳର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking