ନୂଆଦିଲ୍ଲୀ: ବିଚିତ୍ର ଏ ସମୟ । କି ଯୁଗ ହେଲା ? ସମୟ ପରିବର୍ତ୍ତନ ହେବା ସହ ମଣିଷଙ୍କ ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ସମ୍ପର୍କର ଅର୍ଥ ଆଜିକାଲିକା ଲୋକଙ୍କ ପାଇଁ କିଛି ନୁହେଁ । ସେ ତେଣିକି ବାପ-ଝିଅର ସମ୍ପର୍କ ହେଉ ବା ମାଇଁ-ଭଣଜାର ସମ୍ପର୍କ । କୌଣସି ସମ୍ପର୍କରେ ଆଉ ପବିତ୍ରତା ନାହିଁ । ଆଧୁନିକତା ଯେତେ ବଢୁଛି ଲୋକମାନେ ସେତେ ଅଶିକ୍ଷିତ ହୋଇ ଯାଉଛନ୍ତି । ପବିତ୍ର ସମ୍ପର୍କକୁ ପାପରେ ପରିଣତ କରିବାକୁ ବି ପଛାଉ ନାହାଁନ୍ତି ବର୍ତ୍ତମାନ ଯୁଗର ମଣିଷମାନେ । ଲୋକମାନେ ଦିନକୁ ଦିନ କେତେ ତଳକୁ ଖସି ଯାଉଛନ୍ତି । ଯାହା ଭାବିଲେ ଲଜ୍ଜ୍ୟା ଲାଗୁଛି । ଆଜି ସେମିତି କିଛି ନିନ୍ଦନୀୟ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି । ଜଣେ ଝିଅ ତା ବାପାଙ୍କୁ ବିବାହ କରିଥିବା ଦାବି କରୁଛି । ହଁ, ଆଜ୍ଞା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ଝିଅ ନିଜେ ଖୋଲାଖୋଲି ଭାବରେ ବଖାଣୁଛି ତା’ର ପ୍ରେମ କାହାଣୀ । ଏହା ସହିତ ଭିଡିଓଟିରେ ଝିଅଟିକୁ ମଙ୍ଗଳସୂତ୍ର, ଶାଢୀ, ଚୁଡ଼ି ଏବଂ ସିନ୍ଦୂର ବିନ୍ଧିଥିବା ଦେଖିବାକୁ ମିଳିଛି । ଏହା ଛଡ଼ା ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ପାଖରେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାଙ୍କୁ ସେ ତାଙ୍କ ସ୍ବାମୀ ବୋଲି କହୁଛନ୍ତି । ଯିଏ କି ପ୍ରକୃତରେ ତାଙ୍କ ବାପା । କିନ୍ତୁ ଭାଇରଲ ହେବା ପରେ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଅନେକ ଲୋକ ଏହାକୁ ପୂର୍ବରୁ କିଛି ଯୋଜନା କିମ୍ବା ସ୍କ୍ରିପଟେଡ୍ ବୋଲି କହୁଛନ୍ତି । ଯାହା ଅନ୍ୟ ରିପୋର୍ଟରୁ ସୂଚନା ମିଳୁଛି । ଏହି ଭିଡିଓଟି ବର୍ତ୍ତମାନ ଲକ୍ଷ ଲକ୍ଷ ଭ୍ୟୁ ପାଇବାରେ ଲାଗିଛି । ଭିଡିଓରେ ଝିଅଟି କହୁଛି, “ଏ ମୋ ବାପା ଏବଂ ଏବେ ଆମେ ଦୁନିଆକୁ ଦେଖାଇ ଦେଇଛୁ ଯେ ଆମେ ଖୁସିରେ ବିବାହିତ।” । ଏହି ଭିଡିଓ ଏତେ ଆଶ୍ଚର୍ଯ୍ୟଜନକ ଯେ ଏହା ସାମାଜିକ ଏବଂ ଧାର୍ମିକ ଭାବନା ଉପରେ ବିତର୍କ ଆରମ୍ଭ କରିଛି । ତେବେ ତଦନ୍ତ ପରେ ଏହି ଭିଡିଓଟି ସ୍କ୍ରିପଟେଡ ଥିବା ଜଣାପଡିଛି । ଯାହା କେବଳ ଏଣ୍ଟରଟେନମେଣ୍ଟ ପାଇଁ ତିଆରି କରାଯାଇଛି । ଯାହାକୁ ନେଇ ଅନେକ ଲୋକ ଭିନ୍ନ ଭନ୍ନ ପ୍ରତିକ୍ରିୟା ଦେଇଛନ୍ତି ।










