29.1 C
Bhubaneswar
Monday, March 23, 2026
Homeଦେଶ ବିଦେଶପୁଅ ପାଇଁ ଜୀବନ ହାରିଲେ ବାପା-ମା’

ପୁଅ ପାଇଁ ଜୀବନ ହାରିଲେ ବାପା-ମା’

ଅମରାବତୀ: ଆନ୍ଧ୍ରପ୍ରଦେଶର ନନ୍ଦିୟାଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ୩ ବର୍ଷ ଧରି ଜଣେ କିନ୍ନରଙ୍କ ସହ ସମ୍ପର୍କରେ ଥିଲେ। ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯୁବକ ଜଣକ ବିବାହ ବିଷୟରେ ବାପା-ମା’ଙ୍କୁ କହିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ବାପା-ମା’ ଆତ୍ମହତ୍ୟା କରିଛନ୍ତି। ଘଟଣା ସମ୍ପର୍କରେ ପଚାରିବାରୁ ପୁଲିସ କହିଛି ଯେ ସୁବା ରାୟୁଡୁ (୪୫) ଓ ତାଙ୍କ ପତ୍ନୀ ସରସ୍ୱତୀ (୩୮) ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ତାଙ୍କ ପୁଅ ସୁନୀଲ କୁମାର ଜଣେ କିନ୍ନରଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେବେଠାରୁ ଅଭିଭାବକମାନେ ବହୁତ ଅସନ୍ତୁଷ୍ଟ ଥିଲେ। ଏବଂ ଶେଷରେ ସେମାନେ ଏହି ଭୟଙ୍କର ପଦକ୍ଷେପ ନେଇଥିଲେ ।

ସୂଚନା ଅନୁଯାୟୀ, ସୁନୀଲ ଗତ ୩ ବର୍ଷ ହେବ ଜଣେ କିନ୍ନରଙ୍କ ସହ ସମ୍ପର୍କରେ ଥିଲେ। ସେ କୌଣସି ଯୁବତୀଙ୍କୁ ବିବାହ କରିବେ ନାହିଁ ଏବଂ କେବଳ ଜଣେ କିନ୍ନରଙ୍କ ସହ ରହିବେ ବୋଲି ଜିଦ୍ ଧରିଥିଲେ। ଏହି ନିଷ୍ପତ୍ତିକୁ ନେଇ ପରିବାରରେ ବାରମ୍ବାର ଝଗଡ଼ା ହେଉଥିଲା। ପୂର୍ବରୁ ସୁନୀଲ ମଧ୍ୟ ଏହି ବିବାଦକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ପରିବାର ପାଇଁ ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। କିନ୍ନର ସମ୍ପ୍ରଦାୟର ଧମକ ଓ ସାମାଜିକ ଅପମାନର ସମ୍ମୁଖୀନ ହୋଇ ଅଭିଭାବକମାନେ ଏହି କଠୋର ପଦକ୍ଷେପ ନେଇଛନ୍ତି। ପୁଅର ଏହି ନିଷ୍ପତ୍ତି ଯୋଗୁଁ ଜନସାଧାରଣଙ୍କ ଅପମାନ ଓ ମାନସିକ ଚାପ ବାପାମାଆଙ୍କୁ ଗଭୀର ସ୍ତବ୍ଧ କରିଦେଇଛି ବୋଲି ପୁଲିସ ଅନୁମାନ କରୁଛି। ଏହି ପରିସ୍ଥିତି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ନନ୍ଦିଆଲ ଉପଖଣ୍ଡ ପୁଲିସ ଅଧିକାରୀ ପି ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା କେବଳ ପରିବାର ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking