24.1 C
Bhubaneswar
Tuesday, February 24, 2026
Homeଓଡିଶାସାପ କାମୁଡ଼ାରେ ଚାଲିଗଲେ ବାପା ମାଆ: ଦୁଇ ଅନାଥ ଶିଶୁ କନ୍ୟାଙ୍କ ଆଖିର ଲୁହ ପୋଛିଲେ...

ସାପ କାମୁଡ଼ାରେ ଚାଲିଗଲେ ବାପା ମାଆ: ଦୁଇ ଅନାଥ ଶିଶୁ କନ୍ୟାଙ୍କ ଆଖିର ଲୁହ ପୋଛିଲେ ପ୍ରୀତିରଞ୍ଜନ

ଯାଜପୁର: ମୋ ବାପାକୁ ଫେରେଇ ଆଣ ଆଉ ମୋ ମାଆକୁ ଫେରେଇ ଆଣ ଏମିତି କାନ୍ଦି କାନ୍ଦି କହୁଛନ୍ତି ଦୁଇ ଭଉଣୀ l ଗୋଟେ ରାତିରେ ଏକା ଥରେ ଆରପାରିକୁ ଚାଲିଗଲେ ବାପା ଆଉ ମାଆ l ଏକାଥରେ ବାପା ଏବଂ ମାଆ କୁ ସାପ କାମୁଡିବାରୁ ଦୁଇଜଣ ମୃତ୍ୟୁ ବରଣ କରିଥିଲେ l ଏଭଳି ଦୁଃଖଦ ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ (ଡାନି) ପରିବାର ପାଖରେ ପହଞ୍ଚି ଦୁଇ ଅନାଥ ଶିଶୁ କନ୍ୟାଙ୍କ ଆଖିର ଲୁହ ପୋଛିଥିବା ଦେଖିବାକୁ ମିଳିଥିଲା । ସାପ କାମୁଡ଼ାରେ ଏକାଥରେ ବାପା, ମା ଦୁଇଜଣ ମୃତ୍ୟୁ ବରଣ ଘଟଣା ସୁକିନ୍ଦା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାଇ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ରାଙ୍କିଆ ଗ୍ରାମ ବୁରୁ ସାହିରେ ଏଭଳି ଦୁଃଖଦ ଘଟଣାଟି ଘଟିଯାଇଛି । ବୁରୁ ସାହି ଏକ ପାହାଡ଼ ଜଙ୍ଗଲ ଘେରା ଗାଁ, ରାତ୍ରି ସମୟରେ ସମସ୍ତେ ଖାଇ ପିଇ ସାରି ବିଛଣାକୁ ଶୋଇବାକୁ ଯିବା ସମୟରେ ସ୍ୱାମୀ ଜୟରାମ ଚାତାର ଏବଂ ସ୍ତ୍ରୀ ଚମ୍ପା ଚାତାର ଏକା ସଙ୍ଗେ ସୋଇଥିବା ବେଳେ ହଠାତ ଏକ ବିଷଧର ସାପ କେଉଁଆଡ଼ୁ ଆସି ସ୍ୱାମୀ ଗଡକୁ ଏବଂ ସ୍ତ୍ରୀ ପେଟକୁ କାମୁଡି ଦେଇଥିଲା ।

ଫଳରେ ସେମାନେ ସଙ୍ଗେ ସଙ୍ଗେ ଅସୁସ୍ଥ ହୋଇପଡିଥିଲେ । ପରେ ଗ୍ରାମବାସୀ ଏବଂ ପରିବାର ସଦସ୍ୟଙ୍କ ସାହାଯ୍ୟରେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ସେଠି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ବର ହେବାରୁ ଡାକ୍ତର ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଦେଇଥିବା ବେଳେ ଚିକିତ୍ସା ହେବା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଯିବା ସମୟରେ ଅଧା ବାଟରେ ଦୁଇଜଣଙ୍କର ମୃତ୍ୟୁ ବରଣ ହୋଇଥିଲା । ଏହି ଖବର ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଏଭଳି ଦୁଃଖଦ ଖବର ପୂର୍ବତନ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ (ଡାନି) ଜାଣିବା ପରେ ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରିଥିବା ପରିବାର ପାଖରେ ପହଞ୍ଚି ଆର୍ଥିକ ସହଯୋଗ କରିବା ସହିତ ଦୁଇ ଶିଶୁ କନ୍ୟା ବାପା ମା ଛେଉଣ୍ଡ ଛୁଆଙ୍କ ଆଖିର ଲୁହ ପୋଛିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking