14.9 C
Bhubaneswar
Monday, December 29, 2025
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୭ ମୃତ

ଗୁଜରାଟ : ଗୁଜରାଟ ସାବରକଣ୍ଠା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି  ଘଟଣାସ୍ଥଳରେ ଚାଲିଗଲା ୭ ଜଣଙ୍କ ଜୀବନ।  ସମସ୍ତ ମୃତକ ଅହମ୍ମଦାବାଦ ବାସିନ୍ଦା। କାର୍‌ରେ ଥିବା ସମସ୍ତ ଲୋକେ ଲୋକ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଅହମ୍ମଦାବାଦ ଫେରୁଥିଲେ। ଏହି ସମୟରେ ନିୟନ୍ତ୍ରଣ ହରାଇ କାର୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇ ସେଥିରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।

ହିମତନଗରର ସମବାୟ ଜିନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।  କାର୍‌ ଭିତରେ ମୋଟ ୮ ଜଣ ବ୍ୟକ୍ତି ଥିଲେ।ଟ୍ରକ୍‌କୁ ଧକ୍କା ଦେଇ ତା’ଭିତରେ ପଶିବା ପରେ କାର୍‌ଟି ଖଣ୍ଡ ଖଣ୍ଡ ହୋଇଯାଇଛି।ଆଜି ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଛି। ଏନେଇ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସ୍ଥଳକୁ ଯାଞ୍ଚ କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking