30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ବିକାନେର : ଗୁରୁବାର ବିଳମ୍ବିତ ରାତିରେ ରାଜସ୍ଥାନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ବିକାନେର ଉପଖଣ୍ଡ ଭାରତମାଲା ସଡ଼କରେ ଜୈତପୁର ଟୋଲ ପାଖରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ହନୁମାନଗଡ଼ରୁ ବିକାନେର ଆଡ଼କୁ ଯାଉଥିବା ଏକ କାର ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। କାରଟି ଦ୍ରୁତଗତିରେ ଆଗକୁ ବଢୁଥିବାରୁ ଏହାର ଚାଳକ ଭାରସାମ୍ୟ ହରାଇଥିଲେ। ହରିୟାଣାର ନମ୍ବର ଥିବାର କାରରେ ୬ ଜଣ ଲୋକ ଥିଲେ। ସୂଚନା ପାଇଁ ମହାଜନ ଥାନା ପୁଲିସ, ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୁର୍ଘଟଣା ପରେ ଆଖପାଖର ଲୋକେ ପହଞ୍ଚି ଥିଲେ। ସେମାନଙ୍କର କହିବା ଅନୁସାରେ କାର ଦ୍ରୁତଗତିରେ ଯାଉଥିଲା। ରାତି ସମୟ ହୋଇଥିବାରୁ ଆଗରେ ଥିବା ଟ୍ରକ୍‌କୁ କାର ଚାଳକ ଠିକ୍‌ରେ ଦେଖିପାରି ନଥିଲେ। ଏହି କାରଣରୁ ଦୁର୍ଘଟଣା ଘଟିଥିଲା। ସୂଚନା ମିଳିବା ପରେ ଲୁଣକରଣସର ସିଓ ନରେନ୍ଦ୍ର ପୁନିଆ ପୁଲିସ ଟିମ୍‌ ସହିତ ପହଞ୍ଚି ଥିଲେ। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ଥିଲା। କ୍ରେନ୍‌ ମାଧ୍ୟମରେ କାରକୁ ଉଦ୍ଧାର କରାଯାଇଥିଲା। ବହୁ କଷ୍ଟରେ ମୃତକମାନଙ୍କୁ କାର ଭିତରୁ ବାହାର କରାଯାଇଥିଲା। ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ମଧ୍ୟ ସାମିଲ ରହିଛି। ସମସ୍ତ ୬ ଜଣ ଗୋଟିଏ ପରିବାରର ଥିଲେ। ଡବୱାଲୀ ତହସିଲ ନିବାସୀ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking