ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଚାଲ୍ଲାକେର ଏବଂ ବଲ୍ଲାରି ଜାତୀୟ ରାଜପଥ ୧୫୦ଏ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର ଅତି କମରେ ୧୫ ଥର ଓଲଟିଯିବାରୁ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ହେବାର ଭିଡିଓ ସିସିଟିଭିରେ କଏଦ ହୋଇଛି । କାରଟି ଦ୍ରୁତ ଗତିରେ ଆସି ଡିଭାଇଡରରେ ଧକ୍କା ଦେଇଥିଲା୧୫ ଥର ଓଲଟି ପଡ଼ିଥିଲା। ଭିଡିଓଟି ଦେଖାଉଛି ଯେ ରାଜପଥରେ ଗାଡ଼ିଟି ଓଲଟି ପଡ଼ିବା ସମୟରେ କାରରେ ଥିବା ଜଣେ ଯାତ୍ରୀ ସେହି ଅଞ୍ଚଳକୁ ଖସି ପଡ଼ିଥିଲେ । ରିପୋର୍ଟ ଅନୁଯାୟୀ, ମୃତକଙ୍କ ନାମ ମୌଲା (୩୫) ଏବଂ ରେହମାନ (୩୫) ବୋଲି ଚିହ୍ନଟ କରାଯାଇଛି । ସେମାନେ ରାଜ୍ୟର ୟଦଗିର ଜିଲ୍ଲାର ବାସିନ୍ଦା ଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। କାରର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ସାଂଘାତିକ ଦୁର୍ଘଟଣା ଘଟିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣା ସମୟରେ କାରରେ କେତେ ଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।