34.1 C
Bhubaneswar
Monday, September 30, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ରାଇସ ମିଲ ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଟ୍ରାକ୍ଟର ଚଢ଼ିଯିବ ଫଳରେ ଦୁଇ ଜଣଙ୍କ ମୃତ୍ୟୁ। ଘଟଣାଟି ଘଟିଛି ମୃତକ ଦ୍ୱୟ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଓ ରାମେଶ୍ୱର ହେମ୍ବ୍ରମ। କୁଟଲିଂ ଗାଁରୁ ଏକ ଇଟା ବୋଝେଇ ଟ୍ରାକ୍ଟର ବହୁବନ୍ଧ ଗ୍ରାମ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ବାଇକରେ ଭାଦ ଓ ରାମେଶ୍ୱର ନିଜ ଗ୍ରାମ କୁଟଲିଂକୁ ଫେରୁଥିଲେ। ହେଲେ ରାଇସ ମିଲ ଛକ ନିକଟରେ ଟ୍ରାକ୍ଟରଟି ସେମାନଙ୍କୁ ଧକ୍କା ଦେଇଥିଲା ଓ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଭାଦ ଓ ରାମେଶ୍ୱରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଥିଲା। ତେବେ ଟ୍ରାକ୍ଟର ଡ୍ରାଇଭର ଓ ସେଥିରେ ବସିଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking