24.1 C
Bhubaneswar
Sunday, April 5, 2026
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୮ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୮ ଆହତ

ସମ୍ବଲପୁର : ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଅଟୋ। ସମ୍ବଲପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଡାକଡେରା ଠାରେ ମଙ୍ଗଳବାର ରାତିରେ ଘଟିଛି ଏଭଳି ସଡକ ଦୁର୍ଘଟଣା । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ପଟୁ ଏକ ଅଟୋରେ ଚାଳକଙ୍କ ସମେତ ୯ ଜଣ ଜୟନ୍ତପୁର ଛକ ଦେଇ ମାନେଶ୍ଵରକୁ ଯାଉଥିଲେ। ତେବେ ସେହି ସମୟରେ ଡାକଡେରା ଶିବମନ୍ଦିର ନିକଟରେ ରାସ୍ତା କଡରେ ଏକ ଟ୍ରାକ୍ଟର ଟ୍ରଲି ସହିତ ଛିଡା ହୋଇଥିବା ବେଳେ ଅଟୋ ଚାଳକ ଅନ୍ଧକାରରେ ଟ୍ରାକ୍ଟରକୁ ଦେଖି ନ ପାରି ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଟୋ ଚାଳକଙ୍କ ସମେତ ସମସ୍ତ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ଏହାସହ ଅଟୋଟି ମଧ୍ୟ ସମ୍ପୂର୍ଣ ରୂପେ ଭାଙ୍ଗିରୁଜି ଯାଇଥିଲା। ଏହାପରେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବରଦେବା ସହ ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଏବଂ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking