30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୩ ମୃତ

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୩ ମୃତ

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ସିରାଉଲି ପୁଲିସ୍ ଷ୍ଟେଶନ ଅଞ୍ଚଳରେ ଥିବା ଏକ ବେଆଇନ୍ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟି ୩ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଏହି ବିସ୍ଫୋରଣ ଆଖପାଖରେ ଥିବା ଅନେକ ଘରଦ୍ୱାର ସବୁ ନଷ୍ଟ ହୋଇଯାଇଛି । ଏହି ବାଣ ଫ୍ୟାକ୍ଟ୍ରିଟି ନାସିର ନାମକ ଜଣେ ବ୍ୟକ୍ତି ବେଆଇନ୍ ଭାବେ ଚଳାଉଥିବା ପୁଲିସ୍ ଜାଣିବାକୁ ପାଇଛି । ପୂର୍ବରୁ ସେ ନେଇଥିବା ଲାଇସେନ୍ସର ଅବଧି ବର୍ତ୍ତମାନ ସମୟ ସୁଦ୍ଧା ପୂରଣ ହୋଇସାରିବା ସତ୍ତ୍ୱେ ସେ ଏଠାରେ କିଛି ଲୋକଙ୍କୁ ନିୟୋଜିତ କରି ବାଣଭିଡା କାର୍ଯ୍ୟ ଜାରି ରଖିଥିଲା ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିସ୍ଫୋରଣ ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ପୁଲିସ୍ କମିଶନର କହିଛନ୍ତି । ବିସ୍ଫୋରଣ ସ୍ଥଳରୁ ବହୁ ପରିମାଣର ବାଣ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking