26.1 C
Bhubaneswar
Friday, March 27, 2026
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା : ଚାପି ହୋଇଗଲେ  ଡ୍ରାଇଭର

ମର୍ମନ୍ତୁଦ ଦୁର୍ଘଟଣା : ଚାପି ହୋଇଗଲେ  ଡ୍ରାଇଭର

ନୟାଗଡ : ୩୦ ଫୁଟ ଗଭୀର ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ ।  ଟ୍ରକ ଭିତରେ ଚାପି ହୋଇ ରହିଛି   ଚାଳକଙ୍କ ମୃତଦେହ ।  ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଘଟିଛି।
ଟ୍ରକଟି ବିଶାଖାପାଟଣାରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଥିବା ଏକ କଲଭର୍ଟ ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ଟି ୩୦ଫୁଟ୍ ତଳକୁ ଖସି ପଡିଥିଲା। ଚାଳକ ଜଣଙ୍କ ଦୀର୍ଘ ସମୟ ଧରି ଚାପି ହୋଇ ରହିବା ଯୋଗୁ ଘଟଣସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।  ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଟ୍ରକ୍ କାଟି ଚାଳକଙ୍କ ମୃତ ଶରୀରକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି ଦୁର୍ଘଟଣା ଘଟିଲା ତଦନ୍ତ ଚଳାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking