26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଜମ୍ମୁ କାଶ୍ମୀରରେ ଆକ୍ରମଣ ପରେ ଫାରୁକ୍‌ଙ୍କ ବୟାନ୍‌; କେବେ ବି ପାକିସ୍ତାନର ଅଂଶ ହେବୁନି

ଜମ୍ମୁ କାଶ୍ମୀରରେ ଆକ୍ରମଣ ପରେ ଫାରୁକ୍‌ଙ୍କ ବୟାନ୍‌; କେବେ ବି ପାକିସ୍ତାନର ଅଂଶ ହେବୁନି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ଆତଙ୍କବାଦ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ମୁଖ୍ୟ ତଥା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦ୍ଦୁଲ୍ଲା ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ କାଶ୍ମୀରରେ ଏପ୍ରକାର ଆତଙ୍କବାଦର ଖେଳ ଖେଳୁଥିବା ପାକିସ୍ତାନ ଗୋଟିଏ କଥା ବେଶ୍ ଭଲଭାବେ ବୁଝିଯିବା ଦରକାର ଯେ, “ଜମ୍ମୁ-କାଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ। ଆମେ ଜମ୍ମୁ କାଶ୍ମୀରବାସୀ କଦାପି ପାକିସ୍ତାନର ଅଂଶ ହେବୁନାହିଁ। ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ଦିଗରେ ପାକିସ୍ତାନ, ଭାରତର ବନ୍ଧୁ ହେବାକୁ ମାର୍ଗ ଖୋଜିବା ଉଚିତ୍ ନଚେତ୍ ପରିସ୍ଥିତି ଅଧିକ ଜଟିଳ ହେବ। ସୁତରାଂ ପାକିସ୍ତାନ ପାକିସ୍ତାନ ଆତଙ୍କବାଦକୁ ସମାପ୍ତ କରୁ ଏବଂ ଆଲୋଚନାକୁ ଆସୁ।”
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଫାରୁକ୍ କହିଛନ୍ତି, “ଆମେ ଉପଯୁକ୍ତ ସମାଧାନର ବାଟ ନ ପାଇବା ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଜାରି ରହିବ। ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ଆମେ ସମସ୍ତେ ଜାଣିଛୁ। ୩୦ବର୍ଷ ହେଲାଣି ମୁଁ ନିରୀହ ଲୋକଙ୍କ ହତ୍ୟାକୁ ଦେଖିଛି। ପାକିସ୍ତାନ ଏଭଳି ଆକ୍ରମଣ କରି କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛି ମୁଁ ଜାଣିପାରୁନାହିଁ? ଏଭଳି କରି ସେମାନେ ନିଜର ଭବିଷ୍ୟତ ଖରାପ କରୁଛନ୍ତି। ପ୍ରକାଶ, ଦିନକ ପୂର୍ବେ ଜମ୍ମୁ କାଶ୍ମୀରରେ ଏକ ସେନା ଯବାନ୍‌ଙ୍କ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହେବା ଏବଂ ଏଥିରେ ୨ ଯବାନ୍ ସହିଦ୍ ହୋଇଥିବା ବେଳେ ଅନ୍ୟ ୨ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ଗନ୍ଦେରୱାଲ୍ ଘାଟିରେ ତୀବ୍ର ଉତ୍ତେଜନା ଜାରି ରହିଛି। ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking