23.1 C
Bhubaneswar
Monday, December 22, 2025
Homeଓଡିଶାନବରଙ୍ଗପୁରରେ ଚାଷୀଙ୍କ ହଲ୍ଲାବୋଲ

ନବରଙ୍ଗପୁରରେ ଚାଷୀଙ୍କ ହଲ୍ଲାବୋଲ

ନବରଙ୍ଗପୁର: ନବରଙ୍ଗପୁରରେ ଚାଷୀଙ୍କ ହଲ୍ଲାବୋଲ । ମକାର ଅଭାବୀ ବିକ୍ରି ସାଙ୍ଗକୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ପ୍ରତିବାଦରେ ଚାଷୀ ମହାସଂଘର ବନ୍ଦ ଡାକରା । ତିନୋଟି ବ୍ଲକରେ ଚକ, ଅଖ ସବୁ ବନ୍ଦ ରହିଛି । ଉମରକୋଟ ରାଇଘର ଏବଂ ଝରି ଗାଁରେ ବନ୍ଦ ପାଳନ କରୁଛନ୍ତି ଚାଷୀ । ବିଭିନ୍ନ ଛକରେ କୃଷକ ମହାସଂଘର ରାସ୍ତା ଅବରୋଧ ସହିତ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ରାଜରାସ୍ତାରେ ଧାନ ମକା ବୋଝେଇ ଗାଡି ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଅଭିଯୋଗ ଅନୁସାରେ ମକା କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାର ଚବିଶି ଶହ ଟଙ୍କା ଧାର୍ଯ୍ୟ ବେଳେ ନବରଙ୍ଗରପୁରରେ ୧୭ ଶହରୁ ୧୮ ଶହ ଟଙ୍କାରେ ବିକ୍ରି ହେଉଛି । ମୁଖ୍ୟମନ୍ତ୍ରୀ ମକା ମିଶନ ମଧ୍ୟ କାର୍ଯ୍ୟକାରୀ ହେଉନି । ଏନେଇ ପୂର୍ବରୁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଆଜିଠାରୁ ୨୯ ତାରିଖ ଯାଏଁ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking