ନୂଆଦିଲ୍ଲୀ: ଯଦି ଚାଷୀକୁ ତାର ଫସଲର ଉପଯୁକ୍ତ ମୂଲ୍ୟ ନମିଳେ, ପରିଶ୍ରମ ବୃଥା ହୋଇଥାଏ । କଣ୍ଣାଟକର ବିଜୟାପୁର ଜିଲ୍ଲାରେ ଜଣେ ଚାଷୀଙ୍କ ପରିଶ୍ରମର ଉଚିତ ମୂଲ୍ୟ ନମିଳିବାରୁ ସେ କ୍ରୋଧରେ ରାସ୍ତାରେ ପିଆଜ ବସ୍ତା ଫିଙ୍ଗି ତଳେ ଆଉଟୁ ପାଉଟୁ ହେବାର ଦୃଷ୍ୟ ସିସିଟିଭିରେ କଏଦ ହୋଇଛି । ପିଆଜ ନିଲାମ ପାଇଁ କଣ୍ଣାଟକର ଚାଷୀମାନେ ବାସବନବାଗେୱାଡିରେ ପହଞ୍ଚିଥିଲେ । ଚାଷୀମାନେ ନିଲାମ ପାଇଁ ଗୁଣବତ୍ତା ପିଆଜ ଆଣିଥିଲେ । ଚାଷୀମାନେ ପ୍ରତି କ୍ୱିଣ୍ଟାଲ ୮୦୦ରୁ ୧୦୦୦ ଟଙ୍କା ମୂଲ୍ୟ ପାଇବାର ଆଶା ରଖିଥିଲେ । ପିଆଜ କ୍ୱିଣ୍ଟାଲ ପ୍ରତି ୨୦୦ ଟଙ୍କା ରେ ନିଲାମ ହେବ କଥା ଶୁଣି ସେ ମାନେ ଆଶ୍ଚଯ୍ୟ ହୋଇଯାଇ ରାଗିଯାଇଥିଲେ । ଯେତେବେଳେ ଚାଷୀଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା । ସେମାନେ ରାଜପଥରେ ପିଆଜ ବସ୍ତା ଗଡାଇ ପ୍ରତିବାଦ କରିଥିଲେ । ଅନ୍ୟପଟେ ମହାରାଷ୍ଟ୍ରରେ ଜଣେ ଚାଷୀ ବାଦାମ ବିକ୍ରି କରିବାକୁ ବଜାର ଯାଇଥିଲେ । ହେଲେ ହଠାତ ବର୍ଷା ହେବା ଫଳରେ ତାଙ୍କ ସବୁ ପରିଶ୍ରମ ବର୍ଷାରେ ଭାସିଯାଇଥିଲା । ସେ ତାଙ୍କ ଫସଲ ଗୋଟାଇବାକୁ ଲାଗିଥିଲେ ହେଲେ ବିଫଳ ହୋଇଥିଲେ । ଏବେ ପିଆଜ ମୂଲ୍ୟ ହ୍ରାସ ପାଇବାରୁ ଚାଷୀ ଜଣଙ୍କ ରାସ୍ତାରେ ଫିଙ୍ଗିଦେିଥିଲେ । ଚାଷୀଙ୍କ ଏଭଳି ଦୃଶ୍ୟ ହୃଦୟ ବିଦାରକ ଅଟେ ।