25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣର ଫରିଦାବାଦ ଲିଙ୍କ

ଦିଲ୍ଲୀ ବିସ୍ଫୋରଣର ଫରିଦାବାଦ ଲିଙ୍କ

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣ ସହ ଫରିଦାବାଦର ଲିଙ୍କ ସାମ୍ନାକୁ ଆସିଲା । ଫରିଦାବାଦର ଲିଙ୍କ ସାମ୍ନାକୁ ଆସିଲା । ଫରିଦାବାଦରେ ରେଡ ପରେ ହଡବଡେଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର । ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ । ଜମ୍ମୁକଶ୍ମୀର, ହରିୟାଣା ପୋଲିସ ଡାକ୍ତର ଉମରକୁ ଖୋଜୁଥିଲା । ଏହାକୁ ନେଇ ଅତ୍ୟଧିକ ଭୟଭୀତ ହୋଇଯାଇଥିଲା ଉମର । ଭୟଭୀତ ହୋଇ ଉମର କାରରେ ବିସ୍ଫୋରଣ କରିଥିବା ସୂଚନା ମିଳିଛି । ଡିଟୋନେଟର ଲଗାଇ କାରକୁ ବିସ୍ଫୋରଣରେ ଉଡାଇଥିବା ସୂଚନା ମିଳିଛି । କାରରେ ମିଳିଥିବା ମୃତଦେହର ହେବ ଡିଏନଏ ଟେଷ୍ଟ । ବିସ୍ଫୋରଣରେ ବ୍ୟବହୃତ i-20 କାରଟି ପୁଲୱାମାର ତାରିକକୁ ବିକ୍ରି କରାଯାଇଥିଲା।

ସୂତ୍ର ଅନୁସାରେ ଫରିଦାବାଦ ଏବଂ ଲାଲକିଲ୍ଲା କାର୍ ବୋମା ବିସ୍ଫୋରଣ ସହିତ ଜଡିତ। ଦିଲ୍ଲୀ ପୋଲିସ କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତକୁ ଜୋରଦାର କରିଛି। ଦିଲ୍ଲୀ ପୋଲିସ ତଦନ୍ତରେ ଜମ୍ମୁ କାଶ୍ମୀରରୁ ଦୁଇଟି ନାମ ସାମ୍ନାକୁ ଆସିଛି। ପ୍ରଥମଟି ହେଉଛି ତାରିକ, ଯାହାଙ୍କୁ କାର ବିକ୍ରି କରାଯାଇଥିଲା। ଏହି ଘଟଣାରେ ଦ୍ୱିତୀୟ ନାମ ଉମର ମହମ୍ମଦଙ୍କର, ଯାହାଙ୍କ ପାଇଁ ଖୋଜାଖୋଜି ଜୋରଦାର କରାଯାଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ କାରଟି ତାରିକ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା। ଦିଲ୍ଲୀ ପୋଲିସ ବେଆଇନ କାର୍ଯ୍ୟକଳାପ ଆଇନ (UAPA)ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking