27.1 C
Bhubaneswar
Thursday, April 9, 2026
Homeଓଡିଶାଶିକ୍ଷକ ସୋମନାଥ ସିଂହଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଶିକ୍ଷକ ସୋମନାଥ ସିଂହଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୟୁରଭଞ୍ଜ: ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ l ତେଵେ ପିଲାମାନଙ୍କ ପ୍ରତି ଭଲ ପାଇବା, ତାୟିତ୍ୱ ଏବଂ କର୍ତ୍ତବ୍ୟ ସଚେତନତା, ବିଦ୍ୟାଳୟର ଉନ୍ନତି ପ୍ରତି ଆଗ୍ରହ ସବୁବେଳେ ପିଲାଙ୍କ ଭିତରେ ତାଙ୍କର ଅଭାବକୁ ମନେ ପକାଇ ଦେଉଥିବ l ଯାହା ଜଣେ ଆଦର୍ଶ ଶିକ୍ଷକ ଭାବେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀ ମହଲରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ସୋମନାଥ ସିଂ ସାର l ସେ ଆଉ କେହି ନୁହନ୍ତି ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ସାର l ତାଙ୍କର କାର୍ଯ୍ୟକାଳ ସଫଳତାର ସହ ପୂରଣ କରିବା ପରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ମୟୂରଭଞ୍ଜ ସମଗ୍ର ଶିକ୍ଷାର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ସମନ୍ୱିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ, ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ, ଏଫସି ଅଶୋକ କୁମାର ସାମଲ, ଶିକ୍ଷକ ନେତା ବିମଳ କୁମାର ଆଚାର୍ଯ୍ୟ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ପ୍ରଦୀପ କୁମାର ନାଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସାଇ କୋଚ ବିନୋଦ ରାମ, ତ୍ରିରଙ୍ଗା କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମାଜସେବୀ ଅମର କୁମାର ସେଠୀ , ସରୋଜ ମହାପାତ୍ର ( ଲିଟନ ), ଡଃ ନିରୋଜ କୁମାର ପୋଥାଳ, ଚିତ୍ତରଞ୍ଜନ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ମହାନ୍ତି, ନବକିଶୋର ପାଲବାବୁ, ବଳରାମ ନାଥ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, କମଲ ମହାକୁଡ଼, ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ତଥା ସମାଜ ପାଇଁ ଶ୍ରୀ ସିଂହଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିବା ସହ ପରବର୍ତ୍ତୀ ସୁଖମୟ ଜୀବନ କାମନା କରିଥିଲେ I ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରଦାନ କରିଥିବା ଅଭିନନ୍ଦନ ପତ୍ରକୁ ଡିସିପିଓ ଶ୍ରୀମତୀ ବିଶ୍ୱାଳ ପାଠ କରିଥିଲେ I ତ୍ରିରଙ୍ଗା କ୍ଲବ, ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ /ଶିକ୍ଷୟିତ୍ରୀ ଓ ହଷ୍ଟେଲର କର୍ମକର୍ତ୍ତା ଶ୍ରୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I ଶେଷରେ ଶ୍ରୀ ସିଂହ ଏହି ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଶିକ୍ଷକ ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking