27.4 C
Bhubaneswar
Tuesday, April 14, 2026
Homeଦେଶ ବିଦେଶସ୍କୁବା ଡାଇଭିଂ ବେଳେ ଦୁର୍ଘଟଣା: ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ

ସ୍କୁବା ଡାଇଭିଂ ବେଳେ ଦୁର୍ଘଟଣା: ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବଲିଉଡର ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଥିବା ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗ ଆଉ ନାହାନ୍ତି। ତାଙ୍କର ୫୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ଏବଂ ତାଙ୍କ ପ୍ରଶଂସକମାନେ ଏହି ଖବର ଶୁଣି ଭାଙ୍ଗିପଡିଛନ୍ତିସୂଚନା ଅନୁସାରେ, ଗାୟକ ଯେତେବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେତେବେଳେ ସିଙ୍ଗାପୁରରେ ଥିଲେ। ସେ ସେପ୍ଟେମ୍ବର ୧୯-୨୧ ରେ ହେବାକୁ ଥିବା ନର୍ଥଇଷ୍ଟ ଫେଷ୍ଟିଭାଲରେ ଯୋଗଦେବା ପାଇଁ ସିଙ୍ଗାପୁରରେ ଯାଇଥିଲେ। ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା

ଦୁର୍ଘଟଣା ପରେ ପୋଲିସ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ ତାଙ୍କୁ ମୃତ୍ୟୁ ପୂର୍ବରୁ ଆଇସିୟୁରେ ରଖାଯାଇଥିଲା। ଜୁବୀନ ଗର୍ଗ ଆସାମର ସବୁଠାରୁ ପ୍ରସିଦ୍ଧ ସଂଗୀତଜ୍ଞଙ୍କ ମଧ୍ୟରୁ ଜଣେ ଥିଲେ। ସେ ବଲିଉଡ ପାଇଁ ଅନେକ ସୁପରହିଟ୍ ଗୀତ ମଧ୍ୟ ରଚନା କରିଥିଲେ, ଯେଉଁଥିରେ “ଗ୍ୟାଙ୍ଗଷ୍ଟର” ଫିଲ୍ମର “ୟା ଅଲି” ମଧ୍ୟ ସାମିଲ ଥିଲା। ଜୁବୀନଙ୍କ ମୃତ୍ୟୁ କେବଳ ସଙ୍ଗୀତ ଶିଳ୍ପ ନୁହେଁ ବରଂ ସମଗ୍ର ବଲିଉଡ ଜଗତକୁ ମର୍ମାହତ କରିଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ ଜୁବୀନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking