21.1 C
Bhubaneswar
Saturday, December 6, 2025
Homeଓଡିଶାମୃତ ନର୍ସିଙ୍ଗ ଛାତ୍ରୀଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ମିଳୁ

ମୃତ ନର୍ସିଙ୍ଗ ଛାତ୍ରୀଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ମିଳୁ

ଭୁବନେଶ୍ୱର / ନବରଙ୍ଗପୁର: ଏକତରଫା ବିରୋଧ କରିବାକୁ ସତ୍ୟଜିତ ସରକାର ନାମକ ଜଣେ ଯୁବକ ନବରଙ୍ଗପୁର ଜିଲ୍ଲାର ଉମରକୋଟ ରାଇଘର ଡୁଙ୍ଗୁରିମୁଣ୍ଡା ଅଞ୍ଚଳର ଜଣେ ନର୍ସିଙ୍ଗ ଛାତ୍ରୀଙ୍କ ଫୋଟୋ ଏଡିଟ କରି ପ୍ରଘଟ କରି ଦେଇଥିଲା । ଏଥିରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ଖାଇ ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରା ଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ଜଣଙ୍କ ମୃତ୍ୟୁ ଘଟିଛି । ଏହି ନିର୍ଯାତନା ଜନିତ ଆତ୍ମହତ୍ୟା ବିଷୟରେ ଅନୁଧ୍ୟାନ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନକାରୀ କମିଟି ମନୋରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଥିଲେ ।

କମିଟିର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟଙ୍କ ସହ ଦିବଙ୍ଗତା ଛାତ୍ରୀଙ୍କ ଗ୍ରାମକୁ ଯାଇ ଥିଲେ । ଛାତ୍ରୀଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ ଆଲୋଚନା କରିଥିଲେ । କମିଟିର ଅଧ୍ୟକ୍ଷ ତଥ୍ୟ ଅନୁଯାଇ ଉକ୍ତ ବ୍ୟକ୍ତି ବିଷୟରେ ଛାତ୍ରୀଙ୍କ ପରିବାରବର୍ଗ ପୂର୍ବରୁ ପୁଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ଯଦି ପୁଲିସ ଅଭିଯୁକ୍ତକୁ ଅଭିଯୋଗ ସମୟରେ ଗିରଫ କରିଥାନ୍ତା ତେବେ ଆତ୍ମହତ୍ୟାକୁ ଏଡାଇ ହୋଇଥାନ୍ତା । ଅଧ୍ୟକ୍ଷ ତ୍ରିପାଠୀ ଏହି ବିଷୟକୁ ନେଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ ଏବଂ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଉ । ଏଥି ସହିତ ଦିବଂଗତା ଛାତ୍ରୀଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ ବୋଲି ସରକାରଙ୍କ ଠାରେ ଦାବୀ କରିଛନ୍ତି । ଅନୁଧ୍ୟାନ କମିଟି ଅଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀଙ୍କ ସହ ସନରାଜ ଗଣ୍ଡ, ଲିପିକା ମାଝୀ, ହାରାବତୀ ଗଣ୍ଡ, ମନସା ତ୍ରିପାଠୀ, ଅଖିଳ ସାଉଁତା, କ୍ଷମରାଜ ବାଗ ସଭ୍ୟଗଣ ଛାତ୍ରୀଙ୍କ ପରିବାର ଗ୍ରାମ ପରିଦର୍ଶନରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking