29.1 C
Bhubaneswar
Friday, September 27, 2024
Homeଅପରାଧପାରିବାରିକ ବିବାଦ : ରାଗରେ ବାପାକୁ ହତ୍ୟା କଲା ପୁଅ

ପାରିବାରିକ ବିବାଦ : ରାଗରେ ବାପାକୁ ହତ୍ୟା କଲା ପୁଅ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗୋରଖର ଘଟିଛି ଅଭାବନୀୟ ଘଟଣା । ପୁଅ ବାହା ହେବ ପାଇଁ ନିଜ ବାପାର ନେଲା ଜୀବନ । ତେବେ ସୂଚନା ଅନୁଯାୟୀ,ଜଣେ ପୁଅ ବାହା ହେବା ପାଇଁ ବାପା ପାଖରେ ପ୍ରତିଦିନ ଜିଦ କରୁଥିଲା । ଆଉ ବାପା ପୁଅର ବାହାଘର ନକରିବାରୁ ପୁଅ ମୁଣ୍ଡକୁ ପିତ୍ତ ଚଢିଥିଲା । ରାଗରେ ଜୀବନ ହାରିବାକୁ ଉଦ୍ୟମ କରିଥିଲା ପୁଅ । ଆଉ ପୁଅକୁ ଅଟକାଇବା ପାଇଁ ଯିବାରୁ ବାପାର ଜୀବନ ନେବାକୁ ପଛାଇଲାନି ପୁଅ ।ପୋଲିସ ଦେଇଥିବା ସୂଚନା ଅନୁସାରେ ଗତ ବୁଧବାର ଦିନ ରାତିରେ ଘଟିଥିଲା ଏମିତି ଅମାନବୀୟ କାଣ୍ଡ । ଅଭିଯୁକ୍ତର ନାଁ ହେଉଛି କହ୍ନେୟା ତିୱାରୀ । କହ୍ନେୟା ନିଜ ବାପା ସତ୍ୟ ପ୍ରକାଶ ତିୱାରୀ ନିକଟରେ ବାହା ହବା ଅନେକ ଦିନ ହେବ ଜିଦ କରୁଥିଲା । କିନ୍ତୁ ବୁଧବାର ରାତିରେ ବାପା ପୁଅଙ୍କ ଭିତରେ ବିବାହ କଥାକୁ ନେଇ ପାଟିତୁଣ୍ଡ ବଢିଥିଲା । ବିବାଦ ଏତେ ବଢିଗଲା ଯେ କହ୍ନେୟା ଜୀବନ ହାରିବାକୁ ଉଦ୍ୟମ କରିଥିଲା । ପୁଅର ଏମିତି ପଦକ୍ଷେପକୁ କେମିତି ବା ନିଜ ଆଖିରେ ଦେଖିଥାନ୍ତା ବାପା । ତେଣୁ ସତ୍ୟପ୍ରକାଶ ନିଜ ପୁଅକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ କହ୍ନେୟା ନିଜ ବାପାକୁ ଆକ୍ରମଣ କରିଥିଲା । ଆଉ ପୁଅର ଆକ୍ରମଣରେ ସତ୍ୟପ୍ରକାଶଙ୍କ ଜୀବନ ଯାଇଛି । ବାପାକୁ ଆକ୍ରମଣ କରିବା ପରେ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା । ସତ୍ୟପ୍ରକାଶଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତ୍ୟପ୍ରକାଶଙ୍କୁ ହସ୍ପିଟାଲ ନେଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପାରିବାରିକ ବିବାଦରୁ ଏମିତି ଘଟିଥିବା ପୋଲିସ ଅଧିକ୍ଷକ ଜିତେନ୍ଦ୍ର କୁମାର ଶ୍ରୀବାସ୍ତବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking