19.1 C
Bhubaneswar
Monday, February 2, 2026
Homeଅପରାଧପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଢେଙ୍କାନାଳ: ପୂର୍ବ ବିବାଦକୁ କେନ୍ଦ୍ରକରି ଢେଙ୍କାନାଳ ସହରରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁବୃର୍ତ୍ତ। ସହରର ବାଜିଚୌକ ସ୍ଥିତ ଦୈନିକ ପରିବା ମାର୍କେଟରେ ଘଟିଛି ଏହି ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ପରିବା ବ୍ୟବସାୟୀ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ଏସ୍‌ସିବିକୁ ଚିକିତ୍ସାପାଇଁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଣାପଡିଛି। ଗୁରୁତର ପରିବା ଦୋକାନୀ ସ୍ଥାନୀୟ ରଗଡି ସାହିର ପାତୁ ଓରଫ ଦିପୁନ ପ୍ରଧାନ ବୋଲି ଜଣାପଡିଛି।

କିଛି ପ୍ରତକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦିପୁନ ପ୍ରଧାନ ପରିବା ଦୋକାନରେ ବସିଥିବା ବେଳେ ଅଚାନକ ୩ଟି ବାଇକରେ ୫ଜଣ ଯୁବକ ହାତରେ ପିସ୍ତଲ, ଖଣ୍ଡା, ଭୁଜାଲି ଓ ଠେଙ୍ଗା ଧରି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଖଣ୍ଡାରେ ହାଣି ପକାଇବାରୁ ଦିପୁନ ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ଥିଲେ। ତେବେ ତାଙ୍କୁ ଗୋଡ଼ାଇବା ବେଳେ ସ୍ଥାନୀୟ ଲୋକ ଆସିଯିବାରୁ ସେମାନେ ଦୁଇଟି ବାଇକ୍ ଯୋଗେ ପଳାଇଥିଲେ। ଫଳରେ ଦୁର୍ବୃତ୍ତ ଛାଡି ପଳାଇଥବା ଗୋଟିଏ ବାଇକ ରହିଯାଇଛି। ଖବରପାଇ ଘଟଣାସ୍ଥଳରେ ଟାଉନ ପୁଲିସ ପହଞ୍ôଚ ବାଇକକୁ ଜବତ କରି ଘଟଣାର ଛାନ୍‌ଭିନ୍ କରୁଛି। ତେବେ ଆକ୍ରମଣକାରୀମାନେ ଢେଙ୍କାନାଳ ସହରର ଲଷ୍ମୀବଜାର ମଲ୍ଲାର ସାହି ଅଞ୍ଚଳର ବୋଲି ପୁଲିସ ସୁରାକ ପାଇଛି। ଉଭୟ ମଲ୍ଲାର ସାହି ଓ ରଗଡି ସାହି ମଧ୍ୟରେ ପୂର୍ବରୁ ମାଡ଼ପିଟ ଯୋଗୁଁ ଶତ୍ରୁତା ରହିଥିବା କାରଣରୁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking