26.1 C
Bhubaneswar
Tuesday, September 17, 2024
Homeଓଡିଶାରେଭେନ୍ସାଙ୍କ ପରେ ଫକୀରମୋହନଙ୍କ ପାଳି କି: ବିଜେଡି

ରେଭେନ୍ସାଙ୍କ ପରେ ଫକୀରମୋହନଙ୍କ ପାଳି କି: ବିଜେଡି

– ଓଡିଆ ଅସ୍ମିତାର ନାରା ଦେଇ ଓଡିଆଙ୍କୁ ଆଘାତ ଦେଇଛି ବିଜେପି
– ବ୍ୟାସକବିି ଫକୀରମୋହନଙ୍କ ପ୍ରତି ବିଜେପିର ଅସମ୍ମାନ ଗ୍ରହଣୀୟ ନୁହେଁ
– ଉତ୍କଳ ସମ୍ମିଳନୀର ପୁରୋଧାଙ୍କ ପ୍ରତି ଅପମାନ ଦୁଃଖଦାୟକ

ଭୁୁବନେଶ୍ୱର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ବିଜେପି ଯୁବମୋର୍ଚ୍ଚାର ସଭାପତି ଯେଉଁଭଳି କଟୁ ଓ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେଡି ଦୃଢ ନିନ୍ଦା କରିଛି । ଆଜି ଶଙ୍ଖଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଓଡିଆ ଅସ୍ମିତାର ନାରା ଦେଇ ଓଡିଆଙ୍କ ଭାବପ୍ରବଣତା ସହ ଖେଳିଥିବା ଭାରତୀୟ ଜନତା ପାର୍ଟିର ଅସଲ ସ୍ୱରୁପ ଏବେ ପଦାରେ ପଡିଛି ।

ଓଡିଆ ଅସ୍ମିତାର ପ୍ରତୀକ ତଥା ଓଡିଆ ସାହିତ୍ୟର ପ୍ରାଣବିନ୍ଦୁ ବ୍ୟାସକବି ଫକୀରମୋହନ ସେନାପତି, ବ୍ରିଟିସଙ୍କ ତେଲ ମାଲିସ କରୁଥିଲେ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କ ମନରେ ଗଭୀର ଆଘାତ ଦେଇଛି । ଏହା ସହିତ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପାଇଁ ‘ଉତ୍କଳ ସମ୍ମିଳନୀର ପୁରୋଧାମାନେ ବ୍ରିଟିସ ସହିତ ସାଲିସ କରୁଥିଲେ’ ବୋଲି ବିଜେପିର ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସେହିପରି ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିଲା ବେଳେ ଆମେ ବିକଶିତ ଓଡିଶାର ସ୍ୱପ୍ନ ଦେଖୁଛେ କିନ୍ତୁ ଓଡିଆ ଭାଷାକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଅଗ୍ରପୂଜ୍ୟ ଫକୀରମୋହନ ସେନାପତି ଓ ଉତ୍କଳ ସମ୍ମିଳନୀର ଅନ୍ୟ ପୁରୋଧା ମାନଙ୍କ ସ୍ମୃତିଚାରଣ କରିବା ବଦଳରେ ତାଙ୍କୁ ବ୍ରିଟିସଙ୍କ ଏଜେଣ୍ଟ ଭାବେ ବିଜେପି ଅଭିହିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଓ ଶ୍ରୀ ପଣ୍ଡା କହିଛନ୍ତି ।

ରେଭେନ୍ସା ବିବାଦ ସୃଷ୍ଟି କଲା ପରେ ବ୍ୟାସକବି ଫକୀରମୋହନ ସେନାପତି ଓ ଉତ୍କଳ ସମ୍ମିଳନୀକୁ ନେଇ ବିଜେପି ଯେଉଁ ବିବାଦ ସୃଷ୍ଟି କରିବା ପାଇଁଁ ଉଦ୍ୟମ ଆରମ୍ଭ କରିଛି, ତାହା ଓଡିଶା ମାଟିରେ ଗ୍ରହଣୀୟ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ଏ ବାବଦରେ ରାଜ୍ୟବାସୀଙ୍କ ସାମ୍ନାରେ ଉତ୍ତର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking