ବରଗଡ଼: ବରଗଡ଼ରେ ଖୋଲାଖୋଲି ନକଲି ବିହନ ବିକ୍ରି ଘଟଣା । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ ଜିଲ୍ଲା କୃଷି ବିଭାଗର କାର୍ଯ୍ୟାନୁଷ୍ଠାନ। ଅଭିଯୋଗ ହେବା ପରେ ୪ ଜଣଙ୍କ ଲାଇସେନ୍ସ ବାତିଲ ହୋଥିବା ବେଳେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଇଣ୍ଡିଆନ ସିଡସ୍ କର୍ପୋରେସନ, ଉମାଶଙ୍କର ଶୁକ୍ଳା, ଇଣ୍ଡିଆନ ସିଡ୍ସ ସେଣ୍ଟର, ବଂଶଲ ଟ୍ରେଡର୍ସ, ହରିଓଁ ଟ୍ରେଡର୍ସ, ମେହେର ପେସଟିସାଇଡ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ର ।