25.1 C
Bhubaneswar
Thursday, February 12, 2026
Homeଓଡିଶାଗିରଫ ହେଲା ନକଲି ପୋଲିସ

ଗିରଫ ହେଲା ନକଲି ପୋଲିସ

ଭୁବନେଶ୍ବର: ଅସଲି ପୋଲିସ ହାତରେ ନକଲି ପୋଲିସ । ଭୁବନେଶ୍ବର ଖଣ୍ଡଗିରି ପୋଲିସ ଜଣେ ନକଲି ପୋଲିସକୁ ଗିରଫ କରିଛି । ଅଭିଯୁକ୍ତର ନାଁ ସୁବାସ ଚନ୍ଦ୍ର କହଁର । ଠକ ବ୍ୟକ୍ତି ଜଣଙ୍କ ଘର ଭଦ୍ରକରେ । ସେ ତାଙ୍କ ପରିଚୟ ମନୋଜ କୁମାର ମିଶ୍ର ଭାବେ ଦେବା ସହ ନିଜକୁ ଇନ୍ସପେକ୍ଟର କହୁଥିଲେ । ଫେସବୁକରେ ନିଜକୁ ରାଉରକେଲାରେ ପୋଲିସ ଇନ୍ସପେକ୍ଟର ଭାବେ କାମ କରୁଥିବା ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଏପରିକି ଯୁବତୀ ଜଣଙ୍କ ତାଙ୍କୁ ବିଶ୍ବାସ କରି ବିବାହ ବି କରିଥିଲେ ।

ତେବେ ଯେମିତି କୌଣସି ସନ୍ଦେହ ନହେବ ସେଥିପାଇଁ ପୋଲିସ ଡ୍ରେସରେ ଫଟୋ ଏଡିଟ କରି ତାଙ୍କ ପାଖୁ ପଠାଉଥିଲେ । ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ତାଙ୍କ ସତ ଧରାପଡିଯିବା ଭୟରେ ଘରକୁ ନନେଇ ଖଣ୍ଡଗିରି ସରକନ୍ତରା ସ୍ଥିତ ଏକ ଭଡାଘର ରଖିଥିଲେ । ସ୍ବାମୀଙ୍କ ଉପରେ ମହିଳାଙ୍କର ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ହାତରେ ଲାଗିଛି ରୋଚକ ତଥ୍ୟ । ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଛନ୍ତି । ନକଲି ପୋଲିସ ଜଣଙ୍କର ପ୍ରକୃତ ବୟସ ୫୫ ହୋଇଥିବା ବେଳେ ତାଙ୍କର ୨୫ ବର୍ଷର ପୁଅ ମଧ୍ୟ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking