30.1 C
Bhubaneswar
Friday, February 13, 2026
Homeଓଡିଶାନକଲି ମଦ ଡିଲ୍‌ ବେଳେ ମାଡ଼ିବସିଲା ପୁଲିସ

ନକଲି ମଦ ଡିଲ୍‌ ବେଳେ ମାଡ଼ିବସିଲା ପୁଲିସ

ବ୍ରହ୍ମପୁର : ନକଲି ମଦ ଡିଲ୍‌ ବେଳେ ମାଡ଼ିବସିଲା ପୁଲିସ । ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ଦେଶୀ ମଦ ୫ଜଣଙ୍କ ମୁଣ୍ଡ ନେଇସାରିଲାଣି। ଏହା ସତ୍ତ୍ବେ କେହି ଚେତିନାହାନ୍ତି। ସହର ଏବଂ ସହର ଉପକଣ୍ଠ ଅଞ୍ଚଳରେ ଘରଭଡ଼ା ନେଇ ସେଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଇ ଚାଲାଣ କରାଯାଉଥିବା ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା। ଆଜି ପୁଲିସ ପୁଣି ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ଚଢ଼ଉ କରିଛି। ଗତକାଲି ସଂଧ୍ୟାରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଓମ୍‌ବିହାର ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ କାର୍‌କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୨୦ପେଟି ବିଦେଶୀ ମଦ(୧୦୬ଲିଟର ୫୬୦ଏମ୍‌ଏଲ୍‌) ଧରାପଡ଼ିଥିଲା। ଜବତ ମଦ ନକଲି ବିଦେଶୀ ମଦ ବୋଲି ପୁଲିସ ଜାଣିବାକୁ ପାଇଥିଲା। କାର୍‌ ଚାଳକ ରାମକୃଷ୍ଣ ନାହାକକୁ ଜେରା ବେଳେ ନକଲି ବିଦେଶୀ ମଦ କାରବାରର ଗୁମର ଖୋଲିଥିଲା। ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ମଦ କାରାଖାନା ସଂପର୍କରେ ସେ ସୁରାକ୍‌ ଦେଇଥିଲା। ଆନ୍ଧ୍ରପ୍ରଦେଶର ଏକ ବେପାରୀ ତାଙ୍କ ଠାରୁ ମଦ କିଣିବା ପାଇଁ ଯୋଜନା ରହିଥିବା ଚାଳକ ଜଣକ ପୁଲିସ ଆଗରେ କହିଥିଲା। ଏହି ମାମଲା‌ରେ ପୁଲିସ କାର୍‌ ଚାଳକ ରାମକୃଷ୍ଣକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking