14.1 C
Bhubaneswar
Saturday, December 6, 2025
Homeଓଡିଶାଜିଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ

ଜିଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ

ରାୟଗଡ଼ା: ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଖୋଲାଯାଇଛି ନକଲି ଫେସବୁକ ଆକାଉଣ୍ଟ । ରାୟଗଡ଼ା ସହରର ଜଣେ ଯୁବକ ଅଂଶୁମାନ ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ ନକଲି ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁେଷ୍ଟ ଆସିଥିଲା । ଅଂଶୁମାନ ଜିଲ୍ଲାପାଳଙ୍କ ସୋସିଆଲ ମିଡ଼ିଆ ଆକାଉଂଟ ଭାବି ବନ୍ଧୁତା ଅନୁରୋଧକୁ ଗ୍ରହଣ କରିଥିଲେ । ଏହାପରେ ଉକ୍ତ ଆକାଉଂଟରୁ ଫେସବୁକ ମେସେଞ୍ଜର ମାଧ୍ୟମରେ ଅଂଶୁମାନଙ୍କୁ ନମସ୍କାର ସହିତ ମୋବାଇଲ ନମ୍ବର ମାଗିଥିଲେ । ଅଂଶୁମାନଙ୍କୁ ସନ୍ଦେହ ହେବାରୁ ସେ ଏନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ଏନେଇ ଜିଲାପାଳଙ୍କୁ ସୂଚନା ଦେବା ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପୋଲିସକୁ ଏହାର ଯାଂଚ କରି ଉକ୍ତ ଆକାଉଂଟକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking