26.1 C
Bhubaneswar
Wednesday, February 11, 2026
Homeଅପରାଧନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର : ବଲାଙ୍ଗିର ସିନ୍ଧେକେଲା ଥାନା ଅଞ୍ଚଳରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ଡାକ୍ତରୀ ପାଠ ପଢ଼ି ନ ଥିଲେ। ହେଲେ ସାଜିଥିଲେ ଡାକ୍ତର। ଏମବିବିଏସ୍ ଡିଗ୍ରୀ ନ ଥାଇ ବି କରୁଥିଲେ ରୋଗୀ ଚିକିତ୍ସା। ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ନକଲି ଡାକ୍ତରଙ୍କ ନାଁ ପଲାସା ବିଶ୍ୱାସ ଓ ଘର ପଶ୍ଚିମବଙ୍ଗର ରାମେଶ୍ୱରପୁରରେ ବୋଲି ଜଣାଯାଇଛି। ଗତକାଲି ସିନ୍ଧେକଲା ଗାଁରେ ଥିବା ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା ପୁଲିସ ଓ ପ୍ରଶାସନ। ଟିଟିଲାଗଡ ଏସଡିଏମଓ, ଡ୍ରଗ୍ସ ଇନସ୍ପେକ୍ଟର ଓ ସିନ୍ଧେକେଲା ପୁଲିସର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ପଲାସା ଏମବିବିଏସ୍‌ ଡିଗ୍ରୀ ତଥା କ୍ଲିନିକ୍‌ର ଲାଇସେନ୍ସ କିଛି ବି ଦେଖାଇ ପାରି ନ ଥିଲେ। ତେଣୁ ତାଙ୍କୁ ତୁରନ୍ତ ବାନ୍ଧିଛି ସିନ୍ଧେକେଲା ଥାନା ପୁଲିସ। ବିନା ଲାଇସେନ୍ସ ତଥା ଡିଗ୍ରୀରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking