ଭୁବନେଶ୍ୱର : ଭୁବନେଶ୍ୱରରୁ ବାହାରକୁ ଯାଉଥିଲା ନକଲି ସିମେଣ୍ଟ । ବ୍ରାଣ୍ଡ କମ୍ପାନୀର ପ୍ୟାକେଟକୁ ବ୍ୟବହାର କରି କରୁଥିଲେ ନେଣ– ଦେଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବରଗଡ ଥାନା ପୋଲିସ । ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ପୋଲିସର ହୋସ୍ ଉଡିଯାଇଥିଲା । ବସ୍ତା ବସ୍ତା ନକଲି ସିମେଣ୍ଟ । ସିମେଣ୍ଟରେ ମିଶୁଥିଲା ପାଉଁଶ ଏବଂ ବାଲି । କମ ଦରରେ ବିକ୍ରି ହେଉଥିଲା ସିମେଣ୍ଟ । ବସ୍ତା ପିଛା ୨୦୦ଟଙ୍କା କମରେ ହେଉଥିଲା ବିକ୍ରି । କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।










