26.1 C
Bhubaneswar
Monday, July 7, 2025
Homeଓଡିଶାସୃଷ୍ଟି ହୋଇନି ବାତ୍ୟା 'ଦାନା'ର ଆଖି - ଆଇଏମଡି  ଡିଜିଙ୍କ ସୂଚନା

ସୃଷ୍ଟି ହୋଇନି ବାତ୍ୟା ‘ଦାନା’ର ଆଖି – ଆଇଏମଡି  ଡିଜିଙ୍କ ସୂଚନା

ଭୁବନେଶ୍ୱର :  ଲ୍ୟାଣ୍ଡଫଲ ପୂର୍ବରୁ ଆଇଏମଡି ଡିଜି ବାତ୍ୟା ସମ୍ପର୍କରେ  ଗୁରୁତ୍ୱପୁର୍ଣ୍ ସୂଚନା ଦେଇଛନ୍ତି ।  ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ ଥିବା  ଭୀଷଣ ବାତ୍ୟା ଦାନାର ଏପର‌୍ୟ୍ୟନ୍ତ  ଆଖି ସୃଷ୍ଟି ହୋଇନାହିଁ ।  ଆଜି ରାତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା  ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର‌୍ୟ୍ୟନ୍ତ ଚାଲିବା ବାତ୍ୟା ଅଧିକ  ଶକ୍ତିଶାଳୀ ହେଲେ ତାର ଆଖି ସୃଷ୍ଟି ହୋଇଥାଏ ।  କିନ୍ତୁ ଦାନା  ଭୀଷଣ ବାତ୍ୟାରେ  ସୀମିତ  ଥିବାରୁ ଆଖି ସୃଷ୍ଟି ହୋଇନାହିଁ । ଆଇଏମଡି ପୂର୍ବାନୁମାନ ଅନୁସାରେ, ଲ୍ୟାଣ୍ଡଫଲ  ସମୟରେ  ସର୍ବାଧିକ  ପବନର ବେଗ ୧୨୦ ଭିତରେ ସୀମିତ  ରହିବ । ବର୍ତ୍ତମାନ ବଙ୍ଗୋପସାଗରରେ ବାତ୍ୟା ଦାନାର କେନ୍ଦ୍ର ସ୍ଥଳରେ ପବନର ବେଗ ସର୍ବାଧିକ ୧୦୫ ରହିଥିବା ବେଳେ ଓଡିଶା ଉପକୂଳରେ ସର୍ବାଧିକ ୭୦ କିମି ବେଗରେ ବହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking