ଭୁବନେଶ୍ୱର : ଇ- କେୱାଇସି ଅପଡେଟ ପାଇଁ ବଢିଲା ସମୟ ସୀମା । ଜାନୁଆରୀ ୩୧ ସୁଦ୍ଧା ହୋଇପାରିବ କି ଇ- କେୱାଇସି ଅପଡେଟ । ଆହୁରି ୪୮ ଲକ୍ଷ ହିତାଧିକାରୀ ବାକି ରହିଛନ୍ତି । ଏନେଇ ଯୋଗାଣ ବିଭାଗ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଦିଆଯାଇଛି । ଯୋଗାଣ ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ଇ- କେୱାଇସି ବୃଦ୍ଧି ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ପୋର୍ଟାଲରେ ଇ- କେୱାଇସି ର ଷ୍ଟାଟସ ପରଖିହେବ । www.foododisha.inପୋର୍ଟାଲ ରେ ଦେଖିହବ । ପୋର୍ଟାଲର ଟ୍ରାନ୍ସପାରେନ୍ସି ପେଜରେ ଦେଖିପାରିବେ । ମୋବାଇଲ ଓ ଆଧାର ନମ୍ବର ଦେଇ ଷ୍ଟାଟସ ପରଖି ପାରିବେ ।