25.1 C
Bhubaneswar
Monday, December 8, 2025
Homeଓଡିଶାବିସ୍ଫୋରକ ଲୁଟ: ଆଉ ବଳକା ବିସ୍ଫୋରକ ଜବତ

ବିସ୍ଫୋରକ ଲୁଟ: ଆଉ ବଳକା ବିସ୍ଫୋରକ ଜବତ

ସୁନ୍ଦରଗଡ: ସୁନ୍ଦରଗଡ ନିକଟ ସରଣ୍ଡା ଜଙ୍ଗଲରୁ  ଜବତ ହେଲା ବଳକା ବିସ୍ଫୋରକ ।  ଓଡିଶା ସୀମାରୁ  ୭ କିଲୋମିଟର ଦୂର ଝାଡଖଣ୍ଡ ଜରେଇକେଲା ତିରିଲିପୋସି  ସରଣ୍ଡା ଜଙ୍ଗଲ  ବିଟିକିଲ୍ସୟ, ବାଡିକୁଦର , ଟୟୋ, ଜାମଡା ମଧ୍ୟରେ  ଲୁଟ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାବାହିନୀ  ।  ମାଟି ତଳେ ପୋତା ହୋଇଥିବା  ବିପୁଳ ବିସ୍ଫୋରକ  ସାମଗ୍ରୀ ଠାବ ହୋଇଛି । ଲୁଟ ପରେ କିଛି ସାମଗ୍ରୀକୁ କିଭଳି   ମାଓବାଦୀମାନେ  ମାଟି ତଳେ ପୋତି ଦେଇଥିଲେ ତାହାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।  କୋଇଡା ବ୍ଲକ କେବଲାଙ୍ଗ ଥାନା  ବାଙ୍କୋ ପଥର ଖଣିରୁ  ଗତ ୨୭ ତାରିଖରେ ୨୦୦ ବାରୁଦ ପେଟି ମାଓବାଦୀମାନେ ଲୁଟି ନେଇଥିବା  ଘଟଣା ଏବେ  ଜୋର ଧରିଛି ।  ୨୦୯ କୋବରା  ବାଟାଲିୟନ, ସିଆରୁିଏଫ, ଡିଭିଏଫ ଫୋର୍ସ ,  ଝାଡଖଣ୍ଡ  ଜାଗୁଆର ଓ ଏସଓଜି ଟିମ ଲଗାତାର  ଭାବେ ସର୍ଚ୍ଚ ଅପରେସନ  ଜାରି ରଖିଥିଲେ ।  ରାଉରକେଲା ଏସପି ମଧ୍ୟ ଏଥିରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking