ସୁନ୍ଦରଗଡ: ୫ ହଜାର କିଲୋ ବିସ୍ଫୋରକ ଘଟଣାରେ ଲୁଟ ଘଟଣା ପାଇଁ ଓଡିଶା, ଝାଡଖଣ୍ଡ, ଛତିଶଗଡ ସମେତ ସାରା ଦେଶରେ ହାଇ ଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏ ସମାନ୍ତର ଭାବେ କରୁଛି । ୨୦୯ କୋବରା ବାଟାଲିୟନ, ସିଆରପିଏଫ ଫୋର୍ସ , ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ ଲଗାତାର ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଗତ ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ ନେତୃତ୍ୱରେ ବରିଷ୍ଠ ଡିଭିଏଫ ଓ ଏସଓଜି ବାହିନୀ ସର୍ଚ୍ଚ ଅପରେସନରେ ୨୯୬୦ କେଜି ଜବତ ହୋଇଥିଲା । ଆଜି ପୁଣି ୭୦୦ କେଜି ଲୁଟ ବିସ୍ଫୋରକ ତିରିଲପୋସି ସରଣ୍ଡା ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ସ୍ଥାନମାନଙ୍କରୁ ଜବତ କରିଥିବା ସୂଚନା ହସ୍ତଗତ ହୋଇଛି । ବର୍ତ୍ତମାନ ବଳକା ୭୦୦ କେଜି ଲୁଟ ବିସ୍ଫୋରକୁ ଜବତ ନେଇ ସର୍ଚ୍ଚ ଅପରେସନ ଜାରି ରହିଛି ।