28.1 C
Bhubaneswar
Saturday, September 28, 2024
Homeଓଡିଶାଫାଟିଲା ମୋବାଇଲ ବ୍ୟାଟେରି ; ୨ ଭଉଣୀ ଗୁରୁତର

ଫାଟିଲା ମୋବାଇଲ ବ୍ୟାଟେରି ; ୨ ଭଉଣୀ ଗୁରୁତର

ଗଜପତି : ମୋବାଇଲ ବ୍ୟାଟେରି ଫାଟି ଦୁଇ ଭଉଣୀ ଗୁରୁତର ଆହତ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଲଖାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ୨ ଭଉଣୀକୁ ଉଦ୍ଧାର କରାଯାଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ରବିବାର ରାତିରେ ଦୁଇ ଭଉଣୀ ଘରେ ମୋବାଇଲ ଦେଖୁଥିବା ସମୟରେ ହଠାତ୍ ମୋବାଇଲ ଫାଟି ହୁତୁହୁତୁ ହୋଇ ଜଳି ଯାଇଥିଲା । ଏହି ଘଟଣାରେ ଦୁଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକ, ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୋଭାଗ୍ୟବଶତଃ, ମୋବାଇଲ ବ୍ୟାଟେରି ଫାଟି ବିଶେଷ କିଛି କ୍ଷତି ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking