20.1 C
Bhubaneswar
Wednesday, January 15, 2025
Homeଓଡିଶାଏସିବିରେ ଉତ୍ତେଜନା ; ନର୍ସିଂ ଅଫିସର ଓ ହାଉସ ସର୍ଜନ ମୁହାଁମୁହିଁ

ଏସିବିରେ ଉତ୍ତେଜନା ; ନର୍ସିଂ ଅଫିସର ଓ ହାଉସ ସର୍ଜନ ମୁହାଁମୁହିଁ

କଟକ : କଟକ ଏସିବି ମେଡିକାଲରେ ହାଉସ ସର୍ଜନ ଏବଂ ନର୍ସିଂ ବିବାଦ । ନର୍ସିଂ ଅଫିସର ଓ ହାଉସ ସର୍ଜନ ମୁହାଁମୁହିଁ । ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ମୁହାଁମୁହିଁ । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଦେଖାଦେଇଛି ବିବାଦ । ଯାହାଫଳରେ ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର । ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର । ଏନେଇ କଟକ ବଡ଼ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking