ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ତୃତୀୟ ଦିନ ଅର୍ଥାତ ଚଳିତ ଡିସେମ୍ବର ୨୨ରେ ଅବକାରୀ ବିଭାଗ ପକ୍ଷରୁ ୨୧୧ଟି ମାମଲା ରୁଜୁ ହେବା ସହ ୬୨.୦୩ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି ।ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଏହି ଅଭିଯାନ ସମୟରେ ୧୩୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, NDPS Act .ରେ ଗୋଟିଏ ମାମଲା ରୁଜୁ ହୋଇଛି । ଏଥି ସହିତ ବେଆଇନ କାରବାରରେ ସଂପୃକ୍ତ ୧୬ଟି ଗାଡ଼ି ମଧ୍ୟ ଜବତ ହୋଇଛି ।ଜବତ ସାମଗ୍ରୀ ମଧ୍ୟରେ ୮୨୬୦ ଲିଟର ବେଆଇନ ଦେଶୀ ମଦ, ୨୯୨ ଲିଟର duty-paid liquor, ୫୯୪୩୪ ଲିଟର ମହୁଲ ପୋଚ ଏବଂ ୧୨୫୦୦ କିଲୋଗ୍ରାମ ଗୁଡ଼ ପୋଚ ରହିଛି । ନାର୍କୋଟିକ୍ସ ସାମଗ୍ରୀ ଭାବେ ୫ କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।ବେଆଇନ ତଥା ଅବୈଧ ମଦ ପ୍ରସ୍ତୁତି କେନ୍ଦ୍ରକୁ ଧ୍ୱଂସ କରିବା ଓ ନିଶା କାରବାର ନେଟୱାର୍କକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ୍ୟରେ ଏହି ଏହି ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ଚଢ଼ାଉକାରି ଦଳ ପକ୍ଷରୁ ସୂଚନା ମିଳିଛି ।










