ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ । ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ । ଲିଲି କୁମାରୀ କୁଲ୍ଲୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ । ଆରାଧନା ଦାସ ଗୃହ ବିଭାଗର ଯୁଗ୍ମ ସଚିବ । ନରହରି ସେଠୀ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ । ମଧୁସ୍ମିତା ରଥ ବୟନ ଓ ହସ୍ତତନ୍ତ ବିଭାଗର ଯୁଗ୍ମ ସଚିବ । ପୂର୍ବଭଳି ଉତ୍କଳିକା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । ଦେବାଶିଷ ସିଂ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ । ପ୍ରତାପ ହୋତା ସଂସଦୀୟ ବ୍ୟାପର ବିଭାଗର ଯୁଗ୍ମ ସଚିବ । ନିବେଦିତା ମିଶ୍ର ଶକ୍ତି ବିଭାଗର ଯୁଗ୍ମ ସଚିବ । ଅଞ୍ଜନା ପଣ୍ଡା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ । ଅର୍ଚ୍ଚନା ଦାସପଟ୍ଟନାୟକ ଅବକାରୀ ବିଭାଗର ଯୁଗ୍ମ ସଚିବ । ସ୍ୱୟଂପ୍ରଭା ମହାନ୍ତି ମହିଳା ଓ ଶିଶୁ ବୁକାଶ ବିଭାଗର ଯୁଗ୍ମ ସଚିବ । ବିଏସଇ ସଭାପତି ପଦ ବଜାୟ ରଖିଲେ ଶ୍ରୀକାନ୍ତ ତରାଇ ।