ଭୁବନେଶ୍ୱର: ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ । ବିରୋଧୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜବାବ ଦେଇଛନ୍ତି ।କହିଛନ୍ତି, ଯଦି ଶାସକ ଦଳର ସମ୍ପୃକ୍ତି ଥାନ୍ତା, ପରୀକ୍ଷା କାହିଁ ବନ୍ଦ କରିଥାନ୍ତୁ ? ଏଇଟା ଗୋଟେ କ୍ରନିକ ଡିଜିଜ ହୋଇଯାଇଛି । ଭଲକରିବାକୁ ଅପରେସନ ଦରକାର, ମଲମ ମାରିଲେ ହେବନି । ସୂଚନା ଥାଉ କି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ମଧ୍ୟପ୍ରଦେଶର ବ୍ୟାପକ ଦୁର୍ନୀତି ପରି ଓଡ଼ିଶାରେ ଦୁର୍ନୀତି ହୋଇଛି । ଆଗରୁ କେବେ ଓଡ଼ିଶାରେ ଏପରି ହୋଇ ନଥିଲା । ଏହା ୨୦୦ କୋଟିର ସ୍କାମ ବୋଲି କହିଛି ବିଜେଡି । ଏହାର ପାଲଟା ରଖିଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ବିଜେଡି ଶାସନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନପତ୍ର ଲିକ୍ ଠାରୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ତାର ଉତ୍ତର ଆଗ ବିଜେଡି ଦେଉ । ତେଣୁ ଗପ କହିବାର କିଛି ମାନେ ନାହିଁ ।










