28.1 C
Bhubaneswar
Thursday, February 5, 2026
Homeଓଡିଶାଆରପାରିରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ

ଆରପାରିରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ। ସେ ଥିଲେ ରାଜ୍ୟର ପ୍ରଥମ ବିଜେପି ବିଧାୟକ। ତାଙ୍କ ସମୟରେ କାମାକ୍ଷାନଗରରେ ଶିକ୍ଷା କ୍ଷେତ୍ରରେ ବହୁ ଅଗ୍ରଗତି ହୋଇଥିଲା। ୧୯୭୭ରୁ ୧୯୮୦ ଜନତା ପାର୍ଟି ୧୯୮୫ରୁ ୧୯୯୦ ବିଜେପି ଓ ୧୯୯୦ରୁ ୧୯୯୫ ଜନତା ଦଳରୁ ବିଧାୟକ ହୋଇଥିଲେ। କାମାକ୍ଷାନଗର ମହିଳା ମହାବିଦ୍ୟାଳୟ,ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ମହିଳା ମହାବିଦ୍ୟାଳୟ ପ୍ରମୁଖ ୧୫ରୁ ଊର୍ଦ୍ଧ୍ବ ଶିକ୍ଷାନୁଷ୍ଠାନର ତାଙ୍କ ଚେଷ୍ଟାରେ ନିର୍ମିତ ହୋଇଥିଲା ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ‌ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking