23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଣିକି ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ। ଏବେ ୭୦ ବର୍ଷ ବୟସ୍କ ସବୁ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସେବାର ସୁବିଧା ପାଇବେ। ସେମାନଙ୍କ ଆର୍ଥିକ ସ୍ଥିତି ଯାହା ହେଉ ନା କାହିଁକି, ସେମାନେ ଆୟୁଷ୍ମାନ ଭାରତର ଫାଇଦା ହାସଲ କରିପାରିବେ। ଏନେଇ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏପରି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ଗୋଟିଏ ବିବୃତିରେ କହିଛନ୍ତି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବିପିଏମ-ଜେଏୱାଇ) ୪.୫ କୋଟି ପରିବାରକୁ ଫାଇଦା ଦେବେ। ଏହି ପରିବାରରେ ଥିବା ୬ କୋଟି ବରିଷ୍ଠ ନାଗରିକ ଲାଭବାନ ହେବେ। ୫ ଲକ୍ଷ ଟଙ୍କା ଲେଖାଏ ଯାଏ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ଓ ଏହା ପରିବାର ଆଧାରରେ ଖର୍ଚ୍ଚ କରାଯାଇ ପାରିବ।

ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍‌ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍‌ପିଟାଲ ରହିଛନ୍ତି। ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍‌ପିଟାଲ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍‌ପିଟାଲରେ ହୋଇଛି। ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି। ହିତାଧିକାରୀ କ୍ୟାନସର, ଜରୁରୀ ଚିକିତ୍ସା ଓ ଯତ୍ନ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିତ୍ସା ସେବା ମାଗଣାରେ କରିପାରୁଛନ୍ତି। ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା। ସେହିଭଳି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮%। ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking