18.1 C
Bhubaneswar
Thursday, December 11, 2025
Homeଓଡିଶାରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ବିଜେପି...

ରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ବିଜେପି ମୁହାଁ: ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ବର୍ଷ ହେବ ଅତି ନିଷ୍ଠାର ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ବଢ଼ିଚାଲିଛି । ରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ଏବେ ବିଜେପି ମୁହାଁ । ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ କରି ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି କାର୍ଯ୍ୟ କରିବ । ଶିକ୍ଷା, ସ୍ୱାସ୍ଥ୍ର‌୍ୟ, ଗମନଗମନଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନ ଆହୁରୀ ଶକ୍ତିଶାଳୀ ହୋଇଯାଇଛି । ସଶକ୍ତ ସଂଗଠନ ଗଢି ତୋଳିବାର ଦାୟୀତ୍ୱ ଆମ ସମସ୍ତଙ୍କର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଏହି ଅବସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ପଂଚାୟତର ପୂର୍ବତନ ସରପଂଚ ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥୀ ବଳ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ବଳଙ୍କ ସମେତ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପୁର ପଂଚାୟତର ସମିତିସଭ୍ୟ ଅର୍ଚ୍ଚନା ଜେନା, ଅସିତ୍ ନାୟକ, ପୂର୍ବତନ ସରପଂଚ ପୀତବାସ ଖିଲାର; ଆନ୍ଦୋଳା ପଂଚାୟତର ସରପଂଚ କାମଦେବ ମଲ୍ଲିକ, ସମିତିସଭ୍ୟ ଶାନ୍ତିବାଳା ନାୟକ, ରଶ୍ମୀ ରଞ୍ଜନ ନାୟକ, ନାୟବ ସରପଂଚ ସୁଶାନ୍ତ ପରିଡା; ଜଗନ୍ନାଥ ପ୍ରସାଦ ପଂଚାୟତର ପୂର୍ବତନ ସମିତିସଭ୍ୟ ହରେକୃଷ୍ଣ ଦତ, ବିପିନି ମଲ୍ଲିକ, ସମିତିସଭ୍ୟ ଉର୍ମିଳା ପରିଡା, ନାୟବ ସରପଂଚ ଯୋଗେନ୍ଦ୍ର ଦାସ, ବିଜେଡି ପୂର୍ବତନ ଯୁବ ସଭାପତି ଅରୁଣ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ମଞ୍ଜୁଲତା ବଳ; ବାସୁଦେବପୁର ମ୍ୟୁନିସିପାଲଟିର କାଉନସିଲର୍ ସୁଚିସ୍ମିତା ଗିରି, ଗରପଦା ଗିରି, ବଂଶୀଧର ବେହେରା, ନିରୋଦ ବେହେରା ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।ତ୍

ବିଜେପିର ଡବଲଇଞ୍ଜିନ ସରକାର ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ କରିଚାଲିଛି । ବାସୁଦେବପୁରର ସ୍ୱାର୍ଥ ଏବଂ ବିକାଶ ପାଇଁ ବିଜେପିରେ ସାମିଲ ହେଲୁ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛୁ ବୋଲି ଶ୍ରୀ ଭାଗିରଥୀ ବଳ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଓ ବାସୁଦେବପୁରର ଅନ୍ୟାନ୍ୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking